ଏକ୍ସପ୍ରେସ ଟ୍ରେନ ରହଣୀ ଓ ପସେଞ୍ଜର ଟ୍ରେନ ରହଣୀ ସମୟ ପରିବର୍ତ୍ତନ ପାଇଁ ଭାଜପା ମଣ୍ଡଳ ପକ୍ଷରୁ ରେଳ ବିଭାଗ କୁ ଦାବିପତ୍ର

0

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଶିକରପାଇ ପଞ୍ଚାୟତର ଜାମୁଗୁଡ଼ା ଗ୍ରାମ ନିକଟରେ ଶିକରପାଇ ରେଳ ଷ୍ଟେସନ ରହିଅଛି। ପାହାଡ଼ ଜଙ୍ଗଲ ଘେରା ଏହି ଅଞ୍ଚଳରେ ଅନେକ ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନ ସ୍ଥଳୀ ରହିଛି। ଏହି ଶିକରପାଇ ଷ୍ଟେସନ ଦେଇ ଏକ୍ସପ୍ରେସ ଓ ପସେଞ୍ଜର୍ ଟ୍ରେନ କୋରାପୁଟ ଓ ଜଗଦଲପୁର ଅଭିମୁଖେ ଟ୍ରେନ ଯାତାୟତ କରୁଥିବା ବେଳେ ଅନ୍ୟ ପଟୁ ବିଶାଖାପାଟଣା ଓ ଭୁବନେଶ୍ବର ତଥା ରାଜ୍ୟ ଓ ରାଜ୍ୟ ବାହାରକୁ ଯିବା ଆସିବା କରିବା ପାଇଁ ସୁବିଧା ରହିଅଛି। ଗତ ଦୁଇ ବର୍ଷ ଧରି କରନା କଟକଣା ଯୋଗୁଁ ଯାତାୟାତ ବନ୍ଦ ରହିଥିଲା କିନ୍ତୁ ବର୍ତ୍ତମାନ ସ୍ଥିତି ସାମାନ୍ୟ ହେଲାପରେ ବି ହୀରାଖଣ୍ଡ ଏକ୍ସପ୍ରେସ ସମଲେଶ୍ଵରୀ ଏକ୍ସପ୍ରେସ, ରାଉଲକେଲା ଏକ୍ସପ୍ରେସ ଓ ପଶେଞ୍ଜର ଟ୍ରେନ ଯାତାୟତ କରୁଅଛି କିନ୍ତୁ ପୂର୍ବ ଭଳି ପାସିଞ୍ଜର୍ ଟ୍ରେନ ନୂତନ ସମୟ ଅନୁସାରେ ଶିକରପାଇ ଷ୍ଟେସନରେ ରହୁଥିବା ବେଳେ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଆଉ ଶିକରପାଇ ଷ୍ଟେସନ ରେ ରହୁନାହିଁ। ଯାହା ଦ୍ଵାରା ଏହି ଅଞ୍ଚଳର ବ୍ୟବସାୟୀ ,ଅତି ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଓ ପିଲାଙ୍କ ର ଶିକ୍ଷ୍ୟା କ୍ଷେତ୍ରରେ ଘୋର ବାଧାପ୍ରାପ୍ତ ହେଉଥିବାର ଅଭିଯୋଗ କରି ଶିକରପାଇ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ ଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ ଶିକରପାଇ ରେଳ ଷ୍ଟେସନ କୁ ଆସି ଷ୍ଟେସନ ମାଷ୍ଟରଙ୍କ ଜରିଆରେ DRM Eco ରେଳ ବିଭାଗ କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ତାସହ ପାସିଞ୍ଜର୍ ଟ୍ରେନ ର ରହଣି ସମୟ ପୂର୍ବପରି ସମୟ ଅନୁସାରେ ରହିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ ରହିଛି। ଯଦି ଏହି ଦାବିପତ୍ର ପ୍ରଦାନ ପରେ ଜୁଲାଇ ଏକ ତାରିଖ ସୁଦ୍ଧା ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ରେଳ ରୋକ୍ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ଓ ଏଥିରେ କିଛି ବ୍ୟାଘାତ ହେଲେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ରେଳ ବିଭାଗ ଦାୟୀ ବିଭାଗ ଦାୟୀ ରହିବେ ବୋଲି ବରିଷ୍ଟ ନେତା ହରିହର ମିଶ୍ର ଜଣେଇଛନ୍ତି। ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ଜେକେ ମଣ୍ଡଳ ସଭାପତି ତରୁଣ ଗରଡ଼ିଆ, ବରିଷ୍ଟ ନେତା ହଳଧର ମିଶ୍ର, ଶିବ ଭାଇ, ସୁରେଶ ଗୁଡ଼୍ଲା,ଶିକରପାଇ ମଣ୍ଡଳ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ୍ ,ମହିଳା ମୋର୍ଚ୍ଚା ପ୍ରମିଳା ନାୟକ, ଯୁବ ମୋର୍ଚ୍ଚା ସଭାପତି ଦିଲିପ୍ ମିଣୀଆକା, ଆଦିବାସୀ ମୋର୍ଚ୍ଚା ସଭାପତି ଯମୁନା ମିଣିଆକା, ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଟନାୟକ ଏବଂ ଭାରତୀୟ ଜନତା ପାର୍ଟିର ଅନେକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.