ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ

0

ଝାରବନ୍ଧ (ଗୋପାଳକୃଷ୍ଣ ଗର୍ଗ )) : ଝାରବନ୍ଧ ବ୍ଲକ ପଡିଆଠାରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ  କରିଥିଲେ । ୨୦୧୮ବର୍ଷରେ ବ୍ଲକସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ମାଟ୍ରିକ  ପରୀକ୍ଷାରେ ଚଣ୍ଡିଭଟା ହାଇସ୍କୁଲର ଲିପି ପ୍ରଧାନ,  +୨ରେ ଝାରବନ୍ଧ ଜୁନିୟର କଲେଜର ମନିଷା ଭୋଇ, +୩ ଡିଗ୍ରୀସ୍ତରରେ ଝାରବନ୍ଧ କଲେଜର ଧନେଶ୍ୱର ଗୁପ୍ତାଙ୍କୁ ବ୍ଲକ ଟପ୍ପର ଭାବରେ ସମ୍ମାନିତ କରାଯାଇଥିଲା  । ସେହିପରି ଝାରବନ୍ଧ ସେବା ସମବାୟ ସମିତିରେ ସଭାପତି ଦୀପକ କୁମାର ପାଣିଗ୍ରାହୀ, ଗ୍ରାମ ପଞ୍ଚାୟତରେ ସରପଞ୍ଚ ଧନମତୀ ପାଣ୍ଡେ, ବ୍ୟବସାୟୀ ସଂଘରେ ସଭାପତି କୁମାର ଗୌରବ ବେହେରା, ଗ୍ଲୋବାଲ ସ୍ପୋଟିଂରେ ଆଇଆଇସି ତରୁଣ କୁମାର କେରକେଟା, ମାରୱାଡ଼ି ଯୁବାମଞ୍ଚରେ ଦୁର୍ଗା ପ୍ରସାଦ ଅଗ୍ରୱାଲ ପତାକା ଉତ୍ତୋଳନ  କରିଥିଲେ  । 

 

Leave A Reply

Your email address will not be published.