ରାଷ୍ଟ୍ରୀୟ ମଜଦୁର କାର୍ଯ୍ୟାଳୟଠାରେ ସ୍ୱାଧୀନତା ଦିବସ ପାଳିତ

0

 

ଯାଜପୁରରୋଡ୍(ଜୟଶଙ୍କର ଦାଶ) : ଆଇଏନ୍ଟିୟୁସି ସହବନ୍ଧିତ ଶ୍ରମିକ ସଂଘ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ୭୨ତମ ସ୍ୱାଧୀନତା ଦିବସ ରାଷ୍ଟ୍ରୀୟ ମଜଦୁର କାର୍ଯ୍ୟାଳୟଠାରେ, ବ୍ୟାସନଗର ମୋଟର ଚାଳକ ସଂଘ ପକ୍ଷରୁ ରେଲୱେ ଷ୍ଟାଣ୍ଡ, କଳିଙ୍ଗନଗର ଅଟୋରିକ୍ସା ମାଲିକ ସଂଘ ପକ୍ଷରୁ ଧବଳଗିରିଠାରେ ଓ ସୁକିନ୍ଦା ରୋଡ୍ ମିନେରାଲ୍ ଲୋଡିଂ ଏବଂ ଅନ୍ଲୋଡିଂ ଲେବର ୟୁନିଅନ ପକ୍ଷରୁ ମାନପୁର କାର୍ଯ୍ୟାଳୟଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଆଇଏନ୍ଟିୟୁସି ଅଫିସଠାରେ ଶ୍ରମିକନେତା ପରମାନନ୍ଦ ସେଠୀ ପତାକା ଉତ୍ତୋଳନ କରି କହିଥିଲେ, ଦେଶ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବାବେଳେ ସମସ୍ତ ନାଗରିକ ସଚେତନ ହୋଇ ଏହି କାଳରୂପୀ ଭାବେ ଗ୍ରାସ କରୁଥିବା ରାକ୍ଷସମାନଙ୍କ କବଳରୁ ଦେଶକୁ ରକ୍ଷା କରିବା ପାଇଁ ଏକଜୁଟ୍ ହେବା ଜରୁରୀ । ଯାହାଦ୍ୱାରା କି ଦେଶର ଶାନ୍ତି, ମୈତ୍ରୀ, ଏକତା ବଜାୟ ରହିପାରିବ ବୋଲି ନିଜର ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ଏଥିରେ ନିଖିଳ ଉକ୍ରଳ ନିର୍ମାଣ ସଂଘର ସମ୍ପାଦକ ମାଧବ ମହାପାତ୍ର, ବିଜୟ ବିଶ୍ୱାଳ, ରାଧାକାନ୍ତ ସାମଲ, ସୁରେନ୍ଦ୍ର ସାହୁ, ବ୍ୟାସନଗର ମୋଟରଚାଳକ ସଂଘର ଶ୍ରୀଧର ମଲ୍ଲିକ, ଦେବେନ୍ଦ୍ର ମହାନ୍ତି, ଜଗନ୍ନାଥ ସାହୁ, କଳିଙ୍ଗନଗର ଅଟୋରିକ୍ସା ମାଲିକ ସଂଘ ପକ୍ଷରୁ ବିଚିତ୍ର ପାତ୍ର, ସମୀର ପାତ୍ର, ଅମୂଲ୍ୟ ପାତ୍ର ଓ ସୁକିନ୍ଦାରୋଡ୍ ଲୋଡିଂ ଅନ୍ଲୋଡିଂ ଲେବର ୟୁନିଅନ ପକ୍ଷରୁ ସନାତନ ପାତ୍ର, ରତ୍ନାକର ପାତ୍ର ପ୍ରମୁଖ ସ୍ୱାଧୀନତା ଦିବସର ତାପôର୍ଯ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ ।

Leave A Reply

Your email address will not be published.