ଭୁବନେଶ୍ୱର,: ବିଭିନ୍ନ କ୍ଷେତ୍ର ଯଥା- କଳା, ସଙ୍ଗୀତ ଏବଂ କ୍ରୀଡ଼ାରେ ପାରଙ୍ଗମ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଓଡ଼ିଶା-ମୋ ପରିବାର ପ୍ରୟାସ ଜାରି ରଖି ଝୋଟି ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଏହି କ୍ରମରେ ଆଜି ଭୁବନେଶ୍ୱରସ୍ଥିତ ସିଅନ ଶ୍ରମିକ ବସ୍ତି, ବିଡିଏ କଲୋନୀଠାରେ ପ୍ରଥମ ଥରପାଇଁ ଏକ ଝୋଟି ପ୍ରତିଯୋଗିତା ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା । ପୁରାତନ କାଳରୁ ମାଣବସା ଗୁରୁବାର ଦିନ ଓଡ଼ିଶାର ଘରେ ଘରେ ମହିଳାମାନେ ଝୋଟି ଆଙ୍କି ମା’ ଲକ୍ଷ୍ମୀଙ୍କୁ ଆବାହନ କରିଥାନ୍ତି । ବର୍ତ୍ତମାନର ଆଧୁନିକ ଯୁଗରେ ଏହି ପରମ୍ପରାକୁ ଉଦ୍ଜୀବିତ କରି ରଖିବାପାଇଁ ଓଡ଼ିଶା-ମୋ ପରିବାରର ଏହା ପ୍ରୟାସ ।
ସ୍ଥାନୀୟ ଅଞ୍ଚଳର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମହିଳା ନିକଟସ୍ଥ ଏକ ସାମୁହିକ ସ୍ଥାନରେ ଉତ୍ସାହର ସହିତ ଝୋଟି ଆଙ୍କି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାକୁ ପାରମ୍ପରିକ ଚିତ୍ରକଳା କ୍ଷେତ୍ରରେ ବହୁ ସମ୍ମାନର ଅଧିକାରୀ ଶ୍ରୀମତୀ କୁମାରୀ ପାଢୀଙ୍କ ଦ୍ୱାରା ବଛାଯାଇଥିବା ପ୍ରଥମ ତିନିଜଣଙ୍କୁ ଓଡ଼ିଶା-ମୋ ପରିବାର ଆବାହକ ପୁରଷ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଭୁବନେଶ୍ୱରସ୍ଥିତ ୱାର୍ଡ ନଂ- ୧୩ ଅଞ୍ଚଳର କର୍ପୋରେଟର ଶ୍ରୀମତୀ ଇତିଶ୍ରୀ ଦାସ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସମସ୍ତ ପ୍ରକ୍ରିୟାକୁ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ ନଗର ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ଶ୍ରୀ ରଞ୍ଜନ ବିଶ୍ୱାଳ ଏବଂ କେନ୍ଦ୍ରୀୟ ରେଡ୍ କ୍ରସ୍ ର ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରିକା ପ୍ରସାଦ ଦାସଙ୍କ ସମେତ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.