ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳନ

0

ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ  ସହ କାର୍ଯ୍ୟଳୟ ଗୁଡିକରେ  ୭୨ ତମ ସ୍ୱାଧିନତା ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଉତ୍ସବ ବୌଦ୍ଧ ସ୍ଥାନୀୟ କଚେରୀ ପଡିଆ ରେ ଅନୁସୁଚିତ ଜାନି , ଜନଜାତି ଓ ପଛୁଆ ବର୍ଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ୯ ଟାରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକାଉତ୍ତୋଳନ  କରିବା ସହ ଉପସ୍ଥିତ ଅତିଥି ଓ ଛାତ୍ରୀଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ହରଭଙ୍ଗା ବ୍ଲକର ତିଲେଶ୍ୱର ସ୍ଥିତ ଲାଲବାହାଦୂର ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ରଜନୀକାନ୍ତ ପ୍ରଧାନ ଆନୁଷ୍ଠାନିକ  ଭାବେ ପତକାତୋଳନ କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଭାତ ଫେରି ଆସିା ପରେ ପୁର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ତିଲେଶ୍ୱର ସେବା ସମବାୟ ରେ ସଭାପତି ଦୁଖିଶ୍ୟାମ ପ୍ରଧାନ ପତକାଉତୋଳନ କରିଥିବା ବେଳେ ସମ୍ପାଦକ ଶୁଭ୍ରଜିତ ପ୍ରଧାନ ଅଭିଭାଷଣ ପ୍ରଦାନ କରିଥିଲେ । ତିଲେଶ୍ୱର ବଣିକ ସଂଘର ସଭାପତି ସନ୍ତୋଷ କୁମାର ପାଢୀ ଙ୍କ ତତ୍ୱାବଧାନରେ ଦୁର୍ଗାମଣ୍ଡପ ନିକଟରେ ଆନୁଷ୍ଠାନିକ  ଭାବେ ପତକାଉତୋଳନ କରାଯାଇଥିଲା । ସେହିପରି ପୁରୁଣାକଟକ, ଚାରିଛକ, ଛାତ୍ରଙ୍ଗ, ରାମଗଡ, ଧଳପୁର, ସଙ୍କୁଲେଇ, ଲୁଣିବାହାଲ ଆଦି ସ୍ଥାନରେ ଥିବା ବିଭିନ୍ନ ଅନୁଷ୍ଠାନ ଗୁଡିକରେ ସାମ୍ବିଧାନିକ ଭାବେ ପତକାଉତୋଳନ କରାଯାଇଥିଲା । 

Leave A Reply

Your email address will not be published.