ବ୍ରହ୍ମକ୍ଷେତ୍ର ପୀଠରେ ଘୋଷଯାତ୍ରା ପାଇଁ ଅନୁଷ୍ଠିତ ହେଲା ପ୍ରଶାସନିକ ବୈଠକ ।

0

ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ:  ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ସ୍ଥିତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ, ଆଗାମୀ ରଥ ଯାତ୍ରାକୁ ଲକ୍ଷ୍ୟ ରଖି ଏକ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉକି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ନିର୍ଦ୍ଧେଶ କ୍ରମେ ଆୟୋଜନ କରାଯାଇଥିବା ଏହି ବୈଠକ ଟି ବେଶ ସଫଳତା ହାସଲ କରିଥିଲା । କୋଭିଡ କଟକଣା ଯୋଗୁ ଭକ୍ତମାନେ ଆନନ୍ଦ କନ୍ଦ ଭଗବାନ ଙ୍କର, ରଥରେ ବାମନ ରୁପକୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ, ମାତ୍ର ଏବର୍ଷ କୌଣସି କଟକଣା ନ ଥିବାରୁ ଘୋଷଯାତ୍ରା ଯଥାବିଧି ଅନୁଷ୍ଠିତ ହେବ ଓ ବହୁ ଭକ୍ତ ଙ୍କ ସମାବେଶ ହେବାର ଆସା ରହିଛି । ଏହିଦୃଷ୍ଟି କୋଣରୁ ସକାଳ ଧୂପ ପରେ ପରେ, ଦିଅଁଙ୍କର ରଥଙ୍କୁ ପହଣ୍ଡି ପୂର୍ବରୁ ମଧ୍ୟାନ ଭୋଗ ଓ ଶେଷ ଭୋଗ ଭାବେ ଖିରି -ଖେଚୁଡ଼ି ଲାଗିକରାଯାଇ, ସେନାପଟା କାର୍ଯ୍ୟ ଅନୁଷ୍ଠିତ ହେବବୋଲି ସୂଚନା ମିଳିଛି । ଯଥା ସମୟରେ ଦିଅଁ ମାନଙ୍କ ପହଣ୍ଡି ଆରମ୍ଭ କରାଯାଇ ରଥ ଉପରେ ପାରମ୍ପରିକ ବିଧି ଅନୁଷ୍ଠିତ ହୋଇ ସନ୍ଧ୍ୟା ପୂର୍ବରୁ ରଥ ଟଣା କାର୍ଯ୍ୟ ସମାପ୍ତ ହେବାପାଇଁ ନିଷ୍ପତି ନିଆଯାଇଛି । ମାନ୍ୟବର ପ୍ରତାପ ଜେନାଙ୍କ ନିର୍ଦେଶ ରେ ନିଶ୍ଚିନ୍ତକୋଇଲି ତହସିଲଦାର କର୍ଣ୍ଣଦେବ ସମାଧାର ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ, ମ୍ୟାନେଜିଂ ଟ୍ରଷ୍ଟି ଧୀରେନ୍ଦ୍ର ନାଥ ବେହେରା, ସହକାରୀ ଟ୍ରଷ୍ଟି ଅଜୟ କୁମାର ନନ୍ଦ, ବ୍ଲକ ଉପଧକ୍ଷ୍ୟ ଅଶୋକ କୁମାର ଓଝା, ସରପଞ୍ଚଙ୍କ ପ୍ରତିନିଧି ଜ୍ଞାନରଞ୍ଜନ ରାଉତ ଓ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, ଆର ଡବ୍ଲ୍ୟୁ ଏସ ଏସ ର ଅଧିକାରୀ ମାନେ ଯୋଗଦେବା ସହିତ, ବ୍ରହ୍ମକ୍ଷେତ୍ର ର ସାକାର ବ୍ରହ୍ମଙ୍କ ରଥ ଯାତ୍ରାକୁ, ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ବଜାୟ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.