ଜଗତସିଂହପୁର/ସୁମନ୍ତ କୁମାର ଦାସ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ୫-ଟି ଅନ୍ତର୍ଗତ ଜଗତସିଂହପୁର ଜିଲ୍ଲାରେ ୭୫ ଗୋଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିଛନ୍ତି l ଏହି ଉପଲକ୍ଷେ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମି ହାଇସ୍କୁଲ ପରିସରରେ ଆୟୋଜିତ ଉତ୍ସବ ରେ ସରକାରୀ ମୁଖ୍ୟ ସଚେତନ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ,ସାଂସଦ ଡା.ରାଜଶ୍ରୀ ମଲ୍ଲିକ୍ ,ବାଲିକୁଦା-ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ୍ ,ପାରାଦୀପ ବିଧାୟକ ଶ୍ରୀ ସଚିବ କୁମାର ରାଉତ ରାୟ ,ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ୍ ,ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଙ୍କ ପ୍ରମୁଖ ମଞ୍ଚାସିନ ଥିଲେ l ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ l ପରେ ସ୍ଥାନୀୟ ସରକାର ବାଳିକା ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ଚିନ୍ଦୁଜା ଦେବଶ୍ରୀତା ସ୍ବାଇଁ ବିଦ୍ୟାଳୟ ରୂପାନ୍ତରି କରଣର ସୁଫଳ ତଥା ନିଜ ଅଭିଜ୍ଞତା ର ପରିପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ ଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଥିଲେ l ସରକାରୀ ମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଏହି ଲୋକାର୍ପଣ ଉତ୍ସବ ରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚୁଗଦୃଷ୍ଟି ତଥା ଶିକ୍ଷା କ୍ଷେତ୍ରରେ ସାରା ଦେଶରେ ଓଡ଼ିଶାରେ ଏକ ବୈପ୍ଲବିକ ଧାରା ଆରମ୍ଭ କରି ଶ୍ରେଷ୍ଠ ରାଜ୍ୟ ଭାବରେ ପପରିଣତ କରିଵା ସ୍ବପ୍ନ ସମ୍ପର୍କରେ ଅବିହିତ୍ କରିଥିଲେ l ଆଜି ହେଉଛି ଏକ ଐତିହାସିକ ଦିନ l ଜଗତସିଂହପୁର ଜିଲ୍ଲା ଶିକ୍ଷା ସଚେତନତାରେ ଏକ ଆଗୁଆ ଜିଲ୍ଲା l ମାନ୍ୟବର ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଜିଲ୍ଲାର ୭୫ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିଛନ୍ତି l ସରକାରୀ ପିଲାମାନେ ଆଜି ଗର୍ବରେ କହୁଛନ୍ତି ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ,ମୋ ସ୍କୁଲର ପରିବେଶ ହେଉଛି ଶ୍ରେଷ୍ଠ ପରିବେଶ । ଏହି ୫-ଟି ରୂପାନ୍ତରିତ ଯୋଜନା ଅନୁଯାୟୀ ହାଇସ୍କୁଲ ଗୁଡିକରେ ଶିକ୍ଷାର ମାନ ବୃଦ୍ଧି ନେଇ ତଥା ଛାତ୍ରଛାତ୍ରୀଙ୍କୁବିଦ୍ୟାଳୟକୁ ଆକୃଷ୍ଟ କରିବା ଉଦ୍ଧେଶ୍ୟରେ ଭିତ୍ତି ଭୂମି ବିକାଶ ସହ ଅତ୍ୟାଧୁନୀକ ଲାଇବ୍ରେରୀ,ଲ୍ୟାବ୍,ଶ୍ରେଣୀ ଗୃହ,ଉପମୁକ୍ତ କ୍ରୀଡା ରିତିଭୂମି ସହ ଶୌଚାଳୟ,ପାନୀୟ ଜଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ଜଗତସିଂହପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୪ ଟି ବିଦ୍ୟାଳୟ ରୂପାନ୍ତରିତ ହୋଇ ଲୋକାର୍ପିତ ହୋଇସାରିଛି l ଏହି ଦ୍ୱିତୀୟ ପର୍ଯ୍ୟାୟରେ ବାଲିକୁଦା ବ୍ଲକ୍ ର ୧୨ଟି ଉଚ୍ଚ ବିଦ୍ୟାଳୟ, ବିରିଡି ବ୍ଲକର ୯ଟି ଉଚ୍ଚ ବିଦ୍ୟାଳୟ, ଏର୍ସମା ବ୍ଲକର ୩ଟି ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ପୌର ପରିଷଦ ର ୩ଟି ଉଚ୍ଚ ବିଦ୍ୟାଳୟ ଏବଂ ପାରାଦୀପ ପୌର ପରିଷଦ ର ୨ଟି ଉଚ୍ଚ ବିଦ୍ୟାଳୟ ଲୋକାର୍ପଣ ହୋଇଛି l ଉକ୍ତ ଲୋକାର୍ପଣ ଉତ୍ସବ ରେ ପୂରାତନ ଛାତ୍ର ଛାତ୍ରୀ, ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ,ବୁଦ୍ଧି ଜିବି, ମାନ୍ୟଗନ୍ୟ ବ୍ୟକ୍ତି ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.