ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ପଞ୍ଚାୟତର ପରିବେଶ ପ୍ରେମୀ ଜିତେନ୍ଦ୍ର କୁମାର ବେହେରାଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନୀତ କରାଯାଇଛି।
ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ବନ ସଂରକ୍ଷକଙ୍କ ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ସଭାପତିତ୍ଵରେ ଆୟୋଜିତ ବିଶ୍ଵ ପରିବେଶ ଦିବସ ଅବସରରେ ଆଞ୍ଚଳିକ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିନରେ ପରିବେଶ ସୁରକ୍ଷା , ବୃକ୍ଷ ରୋପଣ , ଜଙ୍ଗଲରେ ନିଆଁ ଲିଭାଇବା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଜିତେନ୍ଦ୍ରକୁ ଉତ୍ତରୀୟ , ପ୍ରମାଣପତ୍ର ଦେବା ସହ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ।
ଏହି ପୁରସ୍କାର ପାଇଥିବାରୁ ସେ ସ୍ଥାନୀୟ ବନ ବିଭାଗ ଓ ଜିଲ୍ଲା ବନ ବିଭାଗ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.