ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିରିଡି ବ୍ଲକ୍ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ଵର୍ ସିଂହ ଯୋଗଦେଇ ଜନ ସଧାରଣ ଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l ଏହି ମିଳିତ ଜନ ଶୁଣାଣି ଶିବିରରେ ମୋଟ୍ ୫୧ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ ୪୧ ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ହୋଇଥିବା ବେଳେ,୧୦ ଟି ଅଭିଯୋଗ ଗ୍ରାମ ଓ ଗୋଷ୍ଠିଗତ ସମସ୍ୟା ସମ୍ପର୍କୀୟ ,ବ୍ୟକ୍ତିଗତ ସମସ୍ୟା ମଧ୍ୟରେ ୧୩ ଟି ଆବାସ ସମ୍ପର୍କୀୟ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡରୁ ସହାୟତା ନିମନ୍ତେ ୨ଟି ,ଆର୍ଥିକ ସହାୟତା ନିମନ୍ତେ ୫ଟି ,ରେସନ କାର୍ଡ ସମ୍ପର୍କୀୟ ୨ଟି,ଜମିଜମା ସମସ୍ୟା ସମ୍ପର୍କୀୟ ୫ଟି,ଆଇନ ସହାୟତା ସମ୍ପର୍କୀୟ ୧ଟି,କାଳିଆ ଯୋଜନା ସମ୍ପର୍କୀୟ ୨ଟି,ଭତ୍ତା ନିମନ୍ତେ ୬ଟି ଓ ଅନ୍ୟାନ୍ୟ ୪ଟି ଅଭିଯୋଗର ଶୁଣାଣି କରାଯାଇଥିଲା l ଗୋଟିଏ ଅଭିଯୋଗର କୌଣସି କାର୍ଯ୍ୟ ପ୍ରକ୍ରିୟା ନଥିବାରୁ ତାହା ତତ୍ କାଳ ଫଏସଲା ହୋଇଥିଲା l ଏହି ଜନ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ ,ଉପ ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ୍ ,ବ୍ଲକ୍ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନି ,ଏ.ପି.ଡି,ଡି.ଆର୍.ଡି.ଏ ,ଵି.ଡି.ଓ ହେମନ୍ତ କୁମାର ମହାନ୍ତି,ତହସିଲଦାର ସାଗରିକା ପ୍ରିୟଦର୍ଶିନୀ ,ଜିଲ୍ଲା ସ୍ତରୀୟ ଅଧିକାରୀ ,କ୍ଷେତ୍ରିୟ ଅଧିକାରୀ ,ବ୍ଲକ୍ ସ୍ତରୀୟ ଅଧିକାରୀ ,ଜନ ସଧାରଣ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post