ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ଗୁଡିକର ତିନି ଦିନିଆ ସମୀକ୍ଷା ଅଭିଯାନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ଗୁଡିକର ତିନି ଦିନିଆ ସମୀକ୍ଷା ଅଭିଯାନର ପ୍ରଥମ ଦିବସରେ ଦୂରଭାଷ ଯୋଗେ ବାଳମୁକୁନ୍ଦ କେନ୍ଦ୍ରର ସଦସ୍ୟମାନଙ୍କୁ ସମ୍ପର୍କ କରି ବାଳମୁକୁନ୍ଦ କାର୍ଯ୍ୟକ୍ରମ ଗୁଡିକର ଆଲୋଚନା ହୋଇଥିଲା। ଦ୍ଵିତୀୟ ଦିବସ ରବିବାର ପୂର୍ବାହ୍ନରେ ରାଜସୀତାପୁର ଶ୍ରୀଜଗନ୍ନାଥ ନିକେତନ (ଅନାଥ ଆଶ୍ରମ)ର ଅନ୍ତେବାସୀ ମାନଙ୍କୁ ଭାଗବତ ଗୀତା ବଣ୍ଟନ, ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ , ବନଦୁର୍ଗା ଠାରେ ସଫେଇ କାର୍ଯ୍ୟ ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ କରାଯାଇଥିଲା ଏବଂ ପରେ ରାତ୍ରକାଳୀନ ଆଭାସୀ ଯୋଗେ ଉପଦେଷ୍ଟା ଭାଗବତ ପାଢ଼ୀ , ବିଚିତ୍ରାନନ୍ଦ ବେବର୍ତ୍ତା , ଜନ୍ମେଜୟ ସାହୁ , ପ୍ରଧାନାଚାର୍ଯ୍ୟ ନିଗମାନନ୍ଦ ଜୀ , ଆଚାର୍ଯ୍ୟା ମନୋରମା ପତି , ବିଷ୍ନୁପ୍ରିୟା ପଣ୍ଡା ଏବଂ ଅଭିଭାବକ ଗଣଙ୍କ ଉପସ୍ଥିତିରେ ସମସ୍ତ ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ଗୁଡିକୁ ଆଲୋଚନା କରାଯାଇ ଶିଶୁମାନଙ୍କର ଭବିଷ୍ୟତ ଉନ୍ନତି ନିମନ୍ତେ କେତେକ ପଦକ୍ଷେପ ନିଆଯାଇଛି।
ତୃତୀୟ ଦିବସରେ ସ୍ଥାନୀୟ ଅଭିଭାବକଙ୍କ ଘରୋଇ ସମ୍ପର୍କ କରି ତାଙ୍କର ମତାମତ ନିଆଯାଇଛି l ପରବର୍ତ୍ତୀ ସମୟରେ ସମସ୍ତଙ୍କ ନିଷ୍ପତିକୁ ବିଚାର କରାଯାଇ ଉପଯୁକ୍ତ ପଦକ୍ଷେପ ନେବାପାଇଁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଉପଦେଷ୍ଟା ମଣ୍ଡଳୀକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.