ପାରାଦୀପ ରିଫାଇନାରୀ ପରିସରରେ ସ୍ୱାଧିନତା ଦିବସ ପାଳିତ

0

 

ପାରଦୀପ (ଉପେନ୍ଦ୍ର ଗୁରୁ) ପାରାଦୀପ ରିଫାଇନାରୀରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପାରଦୀପ ରିଫାଇନାରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ  (ପ୍ରଭାରୀ) ଶ୍ରୀ ଜି.ଏସ୍.ସିଂ ରିଫାଇନାରୀର କ୍ରିଡା ପରିସରରେ ଜାତୀୟ ପତକା ଉତ୍ତୋଳନ କରିଥିଲେ । ଏଥିରେ ସିଆଇଏସ୍ଏଫ୍, ସିଆଇଏଫ୍ ଅଗ୍ନିଶ୍ରମ ବିଭାଗ ଡି.ଜି.ଆର ଏବଂ ଦୀଲ୍ଲି ପବ୍ଳିକ୍ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । କାର୍ଯ୍ୟକାରୀ ନିଦେ୍ର୍ଧଶକ (ପ୍ରଭାରୀ) ବିପୁଳ ଜନସମାଗମକୁ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ସେ ରାଷ୍ଟ୍ର୍ରପିତା ଏବଂ ସ୍ୱାଧୀନତା ସଂଗ୍ରାମୀ  ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶ୍ରୀ ଜି.ଏସ୍ .ସିଂ, ରିଫାଇନାରୀ ସହିତ ଜଡିତ ସମସ୍ତ କର୍ମଚାରୀ ତଥା ସେମାନଙ୍କ ପରିବାର ବର୍ଗ୍ର, ସମସ୍ତ ହିତାଧିକାରୀ, ପରାମର୍ଶ ଦାତା ଠିକାଦାର ଏବଂ ସେମାନଙ୍କ ସହଯୋଗୀ ସିଆଇଏସ୍ଏଫ୍ ସ୍ଥାନୀୟ ବାସିନ୍ଦା ଏବଂ ଆଖିପାଖ ଗ୍ରାମବାସୀ ମାନେ ସମସ୍ତେ ଏକାଠୀ ମିଶି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ସହାୟକ ହୋଇଥିବାରୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ପ୍ରକଳ୍ପ ନିକଟବର୍ତ୍ତୀ ୮ଟି ପଞ୍ଚାୟତ (ପାରଦୀପଗଡ, ଫତେପୁର, ଢିଙ୍କିଆ, କୋଠୀ, ଗଣ୍ଡିଗିପୁର, ବିଶ୍ୱାଳୀ, ବଗଦିଆ ଓ ମଙ୍ଗରାଜପୁର) ସ୍କୁଲ ଓ କଲେଜ ଗୁଡିକରୁ ୯୪ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମେଧାକୃତ୍ତିତ୍ୱ ପାଇଁ ପୁରସ୍କୃତ କରାଯାଇଥିଲା । 

 

 

Leave A Reply

Your email address will not be published.