ଶିଶୁ ଶ୍ରମିକ ନିରାକରଣ ରଥର ଶୁଭାରମ୍ଭ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସମ୍ପର୍କିତ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ଏହି ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ତରଫରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ସବୁଜ ପତକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି। ଏହି ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ପାରଳାଖେମୁଣ୍ଡି ପୌରାଞ୍ଚଳର ବିଭିନ୍ନ ସାହି ପରିକ୍ରମା କରି ଶିଶୁ ଶ୍ରମିକ ଆଇନରେ ଥିବା ବ୍ୟବସ୍ଥା ତଥା କଟକଣା ଆଦି ସମ୍ପର୍କରେ ଏହି ରଥ ଲୋକଙ୍କୁ ସଚେତନ କରାଇବ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପଣ୍ଡା , ଶ୍ରମ ନିରୀକ୍ଷକ ଶ୍ରୀ ସୋମନାଥ ପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଚାଇଲ୍ଡଲାଇଳନ୍ ସଂଯୋଜକ ଶ୍ରୀ ନାଗେଶ୍ୱର ଚୌଧୁରୀ , ଏବଂ ଆକ୍ସନ ଏଡ଼ ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ପ୍ରମୁଖ ଉପସ୍ଥିତ ଥଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।

Leave A Reply

Your email address will not be published.