ଭାରତୀୟ ରାଜନୀତିକୁ ସର୍ବ ସମାବେଶି ବିକାଶ ବାଦର ଜୟ ଯାତ୍ରାରେ ପରିଣତ କରାଯାଇଛି

0

ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ର  ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ଶୋଭା ମଣ୍ଡପରେ ଭାରତୀୟ ଜନତା ପାର୍ଟିର ଏକ ସାମ୍ବାଦିକ ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୮ ବର୍ଷ ରେ କେନ୍ଦ୍ର ରେ ବିଜେପି ସେବା ସୁଶାସନ ଓ ଗରିବ କଲ୍ୟାଣ ର ନିରନ୍ତର ଯାତ୍ରା ଏକ ସଫଳ ହୋଇ ପାରିଛି। ବିଭିନ୍ନ ଜନ ହିତକର କାର୍ଯ୍ୟ ସହିତ ଜାତି ପରିବାର ଭ୍ରଷ୍ଟାଚାର ତୃଷ୍ଟି କରଣ ଭାରତୀୟ ରାଜନୀତିକୁ ସର୍ବ ସମାବେଶି ବିକାଶ ବାଦର ଜୟ ଯାତ୍ରାରେ ପରିଣତ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ସଭାପତିତ୍ଵ ରେ ପାରାଦ୍ଵୀପର ଯୁବ ନେତା ସମ୍ପଦ ସ୍ଵାଇଁ, ପୁର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତୋଲ ବିଧାୟକ ପାର୍ଥୀ ରାଜ କିଶୋର ବେହେରା, ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ମହାନ୍ତି ଉପସ୍ଥିତ ରହି ମୋଦି ସରକାରଂକ ବିଭିନ୍ନ ଜନ ହିତ କର ଯୋଜନା ଗୁଡିକର ସଫଳ ରୂପାୟନ କିଭଳି ହୋଇଛି। ତାହାକୁ ପରଖିବା ପାଇଁ ପ୍ରତ୍ୟକ ଗାଁ ଗାଁ ବୁଲି ୧୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି l

Leave A Reply

Your email address will not be published.