ସାହାରା ଇଣ୍ଡିଆ ବ୍ୟାଙ୍କରେ ଉତେଜନା

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ:  ଜଗତସିଂହପୁର ଜିଲ୍ଲା ଦଶନମ୍ବର ସ୍ଥିତ ସହାରା ଇଣ୍ଡିଆ ବ୍ୟାଙ୍କରେ ଆଜି ତୀବ୍ର ଉତେଜନା ଦେଖିବାକୁ ମିଳିଥିଲା | ସୂଚନା ଅନୁଯାଇ ଦୀର୍ଘ ଦିନ ହେବ ଲୋକମାନେ ସାହାରା ଇଣ୍ଡିଆ ବ୍ୟାଙ୍କରେ ନିଜର ପଇସା ରଖି ଆସୁଛନ୍ତି |ସାହାରା ବ୍ୟାଙ୍କର ଲୋଭନୀୟ ସ୍କିମ ଦେଖି ନିଜର ଝାଳବୁହା ଧନ ସଂଚୟ କରି ଏହି ବ୍ୟାଙ୍କରେ ରଖି ଆସୁଛନ୍ତି କିନ୍ତୁ ଯେତେବେଳେ ବ୍ୟାଙ୍କ ଦେଇଥିବା ମ୍ୟାଚୁରିଟି ସମୟ ବା ପରିପୋକ୍ୱତା ସମୟ ଅତିକ୍ରମ କରିଯିବା ପରେ ଗ୍ରାହାକୋଙ୍କ ଜମାରାଶି ଫେରାଇବାକୁ ହଇରାଣ କରିବା ସହ ଗ୍ରାହାକଙ୍କୁ ମିଛ ପ୍ରତିସୃତି ଦେବା ଘଟଣା ବଢ଼ି ବଢ଼ି ଚାଲିଥିବା ଦେଖିବାକୁ ମିଳିଛି |ଏବଂ କେବଳ ଜଣେ ନୁହଁ କି ଦୁଇଜଣ ନୁହଁ ସହ ସହ ଲୋକଙ୍କ ପଇସା ସାହାରା ବ୍ୟାଙ୍କରେ ଫସି ରହିଯାଇଥିବା ସୂଚନା ମିଳିଛି | ଏଥିସହ ଗ୍ରାହାକଙ୍କୁ ବଡ ବଡ଼ ସ୍କିମ ଚକ୍ରାନ୍ତରେ ଫସାଇବା ନେଇ ଅଭିଯୋଗ ମଧ୍ୟ ଆଣିଛନ୍ତି ଜମାକାରୀ l ତେବେ ଶେଷରେ ଜମାକାରୀ ମାନେ ଉତ୍ତପ୍ତ ହୋଇ ବ୍ୟାଙ୍କରେ ତାଲା ମାରିବା ସହ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଜମାକାରିଙ୍କ ବହୁ ସମୟ ପର୍ଯ୍ୟନ୍ତ ବଚସା ମଧ୍ୟ ହୋଇଥିଲା l ଏହି ଘଟଣାକୁ ନେଇ ବ୍ୟାଙ୍କ ମ୍ୟାନେଜରକୁ ପ୍ରଶ୍ନ ପଚାରିବାରୁ ଶୁଣନ୍ତୁ କଣ କହୁଛନ୍ତି ବାବୁ ସାହାରା ଓ ସେବି ମଧ୍ୟରେ କେଶ ଚାଲୁ ଥିବାରୁ ଲୋକେ ହଇରାଣରେ ପଡୁଛନ୍ତି ବୋଲି କହୁଛନ୍ତି ମ୍ୟାନେଜର lତେବେ ଏଠାରେ ପ୍ରଶ୍ନ ସୃଷ୍ଟି ହେଉଛି ଯଦି ସାହାରା ଏବଂ ସେବି ବ୍ୟାଙ୍କ ମଧ୍ୟ୍ୟରେ କେଶ ଚାଲୁରହିଛି ତେବେ ଲୋକଙ୍କୁ ମିଛ ପ୍ରତିଶୁତି କାହିଁକି ଦେଉଛନ୍ତି l କାହିଁକି ଜମାକାରୀଙ୍କୁ କୁହାଯାଉଛି ଆପଣ ମାସେ ପରେ ଆସନ୍ତୁ ନଚେତ ପନ୍ଦର ଦିନ ପରେ ଆସନ୍ତୁ ବୋଲି କାହିଁକି ମିଛ ପ୍ରତିସୃତି ଦେଉଛନ୍ତି ବ୍ୟାଙ୍କ କର୍ମଚାରୀ l ଏବେ ଏହି ବଚସାରେ ବାସ ପେଷି ହେଉଛନ୍ତି ସାଧାରଣ ଜୋମକାରୀ ଗ୍ରାହାକ l

Leave A Reply

Your email address will not be published.