ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ତରଫରୁ ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ( ଶୁକ୍ରବାର ଦିନ) ”ବିଶ୍ୱ ବାଇସାଇକେଲ ଦିବସ” ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାରଳା ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ ଥିବାବେଳେ ସହକାରୀ ଜିଲ୍ଲାପାଳ ଶ୍ରୀ ଜୁବୁଲି ଚରଣ ବେହେରା , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚର୍ଯ୍ୟ ଶ୍ରୀ ସୋରାଜ କୁମାର ପଣ୍ଡା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ରହି ସବୁଜ ପତକା ଦେଖାଇ ସାଇକେଲ ରାଲି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଉପସ୍ଥିତ ଅତିଥି ବୃନ୍ଦ ଦୈନନ୍ଦିନ ଜୀବନରେ କିପରି ପ୍ରତ୍ୟେକ ସୁସ୍ଥ ସବଳ ରହିବାକୁ ହେଲେ କ୍ରୀଡା , ଦୌଡ , ସାଇକେଲ ଚାଳନା , ଯୋଗ , ବ୍ୟାୟାମ କରିବା ନିହାତି ଆବଶ୍ୟକତା ରହିଛି ବୋଲି ସଂକ୍ଷେପରେ ଆଲୋଚନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ଛାତ୍ରଛାତ୍ରୀ ଓ ଯୁବକ ସଙ୍ଘର ସଦସ୍ୟ ମାନେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମଟି ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ବି. ଭାବାନୀ ପ୍ରସାଦ , ଏ. ମହେଶ୍ୱର ରାଓ ଓ ଅନ୍ୟ ସ୍ବେଚ୍ଛାସେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post