ଭଞ୍ଜନଗର ବ୍ଲକରେ ୧୧ ସ୍ମାର୍ଟ ସ୍କୁଲ୍ ଲୋକାର୍ପିତ

0

ଭଞ୍ଜନଗର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଗଂଜାମ ଜିଲ୍ଲାର ୨୩୦ ରୂପାନ୍ତରିତ ସ୍ମାର୍ଟ ସ୍କୁଲ ଶୁକ୍ରବାର ସନ୍ଧ୍ୟାରେ ଭର୍ଚୁଆଲ ମୋଡ଼ରେ ଲୋକାର୍ପିତ ହୋଇଛି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବ୍ଳକ୍ ର ୧୧ ଟି ରୂପାନ୍ତରିତ ବିଦ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି I ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, କୁଲାଡ଼ ଉଚ୍ଚ ବିଦ୍ୟାଳୟ,ଗୋଲାପଡା ଉଚ୍ଚ ବିଦ୍ୟାଳୟ, ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ, ଡିହ ପଢାଳ ଉଚ୍ଚ ବିଦ୍ୟାଳୟ, ଜିଲୁଣ୍ଡି ଉଚ୍ଚ ବିଦ୍ୟାଳୟ, ବାହାଡ଼ା ପଦର ଉଚ୍ଚ ବିଦ୍ୟାଳୟ, ମୂଜାଗଡ଼ ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣ ପଦର ଉଚ୍ଚ ବିଦ୍ୟାଳୟ, ଦୋମୁହାଣି ଉଚ୍ଚ ବିଦ୍ୟାଳୟ, ତାଳଜିବୀକା ଉଚ୍ଚ ବିଦ୍ୟାଳୟ ପ୍ରମୁଖ ବିଦ୍ୟାଳୟ 5T ରୂପାନ୍ତରିତ ବିଦ୍ୟାଳୟ ଭାବେ ଉଦ୍ଘାଟିତ ହୋଇଯାଇଛି I ଏହି ବିଦ୍ୟାଳୟ ଗୁଡିକରେ ବିଆରସିସି ହୃଷିକେଶ ସ୍ୱାଇଁ, ସିଆରସିସି ମୋହନ ସାହୁ, ତ୍ରିନାଥ ବେହେରା,ସନ୍ତୋଷ ସାହୁ,ମନୋଜ ଗୌଡ଼, ସୁନୀଲ ପାଣି,ସନ୍ତୋଷ କୁମାର ସାହୁ ଙ୍କ ସମେତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଉପସ୍ଥିତ ରହି ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I

Leave A Reply

Your email address will not be published.