ପୂର୍ବତନ ମନ୍ତ୍ରୀ ଙ୍କ ଶ୍ରାଦ୍ଧ ଦିବସ ପାଳନ।

0

ବାସୁଦେବପୁର/ ପ୍ରତାପ ପାଢ଼ୀ: ଆଜି ବାସୁଦେବପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଠାରେ ପୂର୍ବତନ ମନ୍ତ୍ରୀ ତଥା ବାସୁଦେବପୁର ର ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇ ଯାଇଛି। ଏହି ଅବସର ରେ ଏକ ନଗର ସଂକ୍ରିତନ ଶୋଭାଯାତ୍ରା ପଞ୍ଚାୟତ ର ବିଭିନ୍ନ ସ୍ଥାନ ପରିକ୍ରମା କରି ସାରିବା ପରେ ପଦ୍ମପୁର ବଜାର ନିକଟ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ର ଆୟୋଜନ କରାଯାଇଥିଲା। ଏହି ଅବସର ରେ  ସଭାପତି ରତ୍ନାକର ନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ ଗିରିଧାରୀ ନାୟକ, ଫକିର ଚରଣ ନାୟକ, ଦେବେନ୍ଦ୍ର ନାୟକ, ସରପଞ୍ଚ ରାଜେନ୍ଦ୍ର ନାୟକ, ନିରୁପମା ନାୟକ, ଅଙ୍କୁରା ନାୟକ ପ୍ରମୁଖ ଉପସ୍ଥିତ ରହି ପୂର୍ବତନ ମନ୍ତ୍ରୀ ଙ୍କ ବିଷୟ ରେ ଅନେକ କଥା ଆଲୋଚନା ରଖିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସର ରେ ଏକ ସାମୁହିକ ଦ୍ଵୀପ ଦାନ କ।ର୍ଯ୍ୟକର୍ମ ମଧ୍ୟ କରାଯାଇଥିଲା।

Leave A Reply

Your email address will not be published.