ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମହାରାଜା ଗୌରଚନ୍ଦ୍ର ଗଜପତି ସମ୍ମିଳନୀ କକ୍ଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କେ.ଦିଲେଶ୍ବର ରାଓଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଓ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଉକ୍ତ ସମ୍ବର୍ଦ୍ଧନା ଓ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଜୟକୃଷ୍ଣ ମହାରଣାଙ୍କ ପୌରହିତ୍ୟରେ ଅବସର ପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ଡକ୍ଟର ବୃଷକେତୁ ଦାଶ , ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନାକ୍ଷୀ ପାଢ଼ୀ , ବରିଷ୍ଠ ଶିକ୍ଷକ ସି.ଏଚ. ଭେଙ୍କେଟେଶ୍ୱର ରାଓ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ , ଚକ ସାମନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ।
ଅବସର ପ୍ରାପ୍ତ କେ. ଦିଲେଶ୍ବରଙ୍କ ଶିକ୍ଷାନୁଷ୍ଠାନ ପ୍ରତି ନିଷ୍ଠା , ତ୍ୟାଗ ଓ ପରିଶ୍ରମର ଗୁଣଗାନ କରାଯାଇଥିଲା।ଝିକୋରିଆ ସବରଙ୍କ ସଂଯୋଜନାରେ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ , ୱାଇ ଧର୍ମା ରାଓ , ଅଶୋକ କୁମାର ଗୌଡ଼ , ରାମୋଜି ରମେଶ , ଶ୍ରୀ ରାମ ମୂର୍ତ୍ତି , ଚିତ୍ରା ରଥ , ସତ୍ୟ ନାରାୟଣ , ରାମନାଥ ପଣ୍ଡାଙ୍କ ସମେତ ବହୁ ସଂଖ୍ୟକ ଛାତ୍ର ସଭାରେ ଉଦବୋଧନ ଦେଇଥିଲେ। ଉପସ୍ଥିତ ଅତିଥି ମାନେ ଶ୍ରୀ ରାଓଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ , ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ।
ଉକ୍ତ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ବହୁ ସଂଖ୍ୟକ ପାରଳାବାସୀ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ମାନପତ୍ର ପାଠ କରୁଥିବା ବେଳେ ଶିକ୍ଷୟିତ୍ରୀ ସୁଲତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post