ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ସହ ଗ୍ରାମ୍ୟ ମୁଖୀ ପ୍ରଶାସନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ବଡ଼କଳାକୋଟ ଗ୍ରାମପଞ୍ଚାୟତ ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ସହ ଗ୍ରାମ୍ୟ ମୁଖୀ ପ୍ରଶାସନ ଅନୁଷ୍ଠିତ ହୋଇଯାଇଛି। ୧୭୪ ଅଭିଯୋଗ ଆସିଥିଲା ବେଳେ ସେଥିମଧ୍ୟରୁ ୮୫ ଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଛି।
ଅନ୍ୟ ୮୯ ଅଭିଯୋଗ ତୁରନ୍ତ ସମାଧାନ କରିବା ସକାଶେ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ୧୨୬ ଜଣ ପ୍ରକୃତ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା , ଆର୍ ଆର୍ ଓ ବଣ୍ଟନ କରିଥିଲେ। ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ
ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ , ବ୍ଳକ ସ୍ତରୀୟ ଅଧିକାରୀ , ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ।

Leave A Reply

Your email address will not be published.