ଚୋରା ମଦ ସହ ଦୁଇଜଣ ଗିରଫ

0

ଚିଲିକା (ସେକ କୌଶର )ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ ବେଆଇନ ମଦ କାରବାର ବଢ଼ୁଥୁବା ବେଳେ l ଏହାକୁ ଗୁରୁତର ସହ ନେଇଛି ଅବକାରୀ ବିଭାଗ l ଜିଲ୍ଲା ଅବକାରୀ ଅଧିକ୍ଷକ ନିର୍ଦେଶ କ୍ରମେ ଏବଂ ଜିଲ୍ଲା ଅବକାରୀ ତତ୍ୱାବଧାନରେ ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ପୃଥକ ଭାବେ ବାଣପୁର ଥାନା ଅନ୍ତର୍ଗତ ସରନଇ ଏବଂ ଗମ୍ଭାରୀମୁଣ୍ଡା ବଜାରରେ ଚଢ଼ାଉ କରିଥିଲେ l ସରନଇ ଗ୍ରାମରୁ 27 ଲିଟର ଦେଶୀ ମଦ ସମେତ ଅଭିଯୁକ୍ତ ରତନ ପଢ଼ିହାରୀଙ୍କୁ ଗିରଫ କରିଥିବା ବେଳେ ଗମ୍ଭାରୀମୁଣ୍ଡା ବଜାରରୁ 16.020 ଲିଟର ବିଦେଶୀ ମଦ ଏବଂ 16.750 ଲିଟର ବିଅର ସମେତ ଅଭିଯୁକ୍ତ ଶରତ ବରାଳଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି l ତେବେ ଏହିପରି ଚଢ଼ାଉ ଅବକାରୀ ବିଭାଗ ଦ୍ୱାରା ଆଗକୁ ମଧ୍ୟ ବାଣପୁର ବାଲୁଗାଁ ଅଞ୍ଚଳରେ ନିୟମିତ ଜାରି ରହିବ ବୋଲି ଜନସାଧାରଣ ଆଶା କରିଛନ୍ତି l

Leave A Reply

Your email address will not be published.