ମାହାଙ୍ଗା ମାଟିର ପ୍ରଥିତଯଶା କବି ଦ୍ୱିତୀୟ ଭଞ୍ଜ ଗୋଲଖ ଚନ୍ଦ୍ର ପ୍ରଧାନ ଙ୍କ ୧୨୬ତମ ଜୟନ୍ତୀ ଓ ସାରସ୍ୱତ ସମାରୋହ ଅନୁଷ୍ଠିତ

0

ସାହିତ୍ୟ, ଐତିହ ,ସଂସ୍କୃତିସମ୍ପର୍ଣ୍ଣ ମାହାଙ୍ଗା ମାଟି ପାଇଁ ସର୍ବୋପରି ଓଡ଼ିଆ ଜାତି ପାଇଁ ଦ୍ୱିତୀୟ ଭଞ୍ଜଙ୍କ ଲେଖା ଦିଗଦର୍ଶନ ଦେଇପାରିଛି – ମନ୍ତ୍ରୀ ପ୍ରତାପ ଜେନା 

ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) : ମାହାଙ୍ଗା ମାଟିର ପ୍ରଥିତଯଶା କବି ଦ୍ୱିତୀୟ ଭଞ୍ଜ ଗୋଲଖ ଚନ୍ଦ୍ର ପ୍ରଧାନ ଙ୍କ ୧୨୬ତମ ଜୟନ୍ତୀ ଓ ସାରସ୍ୱତ ସମାରୋହ  ମାହାଙ୍ଗା ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତ ଶ୍ରୀ ଶ୍ରୀ ଭଦରେଶ୍ଵର ଉଚ୍ଚ ବିଦ୍ୟାଳୟ ପରିସରରେ ଦ୍ୱିତୀୟ ଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦ ର ସଭାପତି ବିଦ୍ୟୁଲତା ପ୍ରଧାନ ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ପଞ୍ଚାୟତିରାଜ, ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦାନ କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବିଶ୍ୱପ୍ରସିଦ୍ଧ ସାହିତ୍ୟ ପରି ଯଦି କିଏ ଲେଖି ପାରୁଥିଲେ ସିଏ ହେଉଛନ୍ତି ମାହାଙ୍ଗା ମାଟିର ପ୍ରଥିତଯଶା କବି ଦ୍ୱିତୀୟ ଭଞ୍ଜ ଗୋଲଖ ଚନ୍ଦ୍ର ପ୍ରଧାନ ଏବଂ ଆଠମଲିକ ର ରାଜା ଦ୍ୱିତୀୟ ଭଞ୍ଜ ଙ୍କ ଲେଖାକୁ ଅନେଶ୍ୱଣ କରି ତାଙ୍କୁ ଦ୍ୱିତୀୟ ଭଞ୍ଜ ଉପାଧି ଦେଇଥିଲେ ବୋଲି ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଡାକ୍ତର ରବିନାରାୟଣ ପଣ୍ଡା, ବ୍ଲକ ଅଧକ୍ଷା ଦିପା ମଲିକ, ଜିଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଉମାକାନ୍ତ ପ୍ରଧାନ, ସମ୍ମାନିତ ବକ୍ତା ପ୍ରାଧ୍ୟାପକ ରବୀନ୍ଦ୍ର ବିହାରୀ, ଉପକ୍ରମଣିକା ବ୍ରଜସୁନ୍ଦର ନାୟକ, ପ୍ରାକ୍ତନ ଅଧ୍ୟକ୍ଷ ଶରତ ନାୟକ, ଇଂ ଗୁଣନିଧି ତ୍ରିପାଠୀ, ପ୍ରାଧ୍ୟାପକ ଵିରୁପାକ୍ଷ ରାୟ , ଡକ୍ଟର ଭାଗ୍ୟଧର ସାହୁ, ଡ଼ଃ ଏକାଦଶୀ ପ୍ରଧାନ ,ଶିକ୍ଷାବିତ ଅକ୍ଷୟ କୁମାର ଷଡ଼ଙ୍ଗୀ, କବୟିତ୍ରୀ ପ୍ରତିଭା ଦାସ, କଲ୍ୟାଣି ମିଶ୍ର,କବି ମହେନ୍ଦ୍ର କୁମାର ଘଡେଇ ଙ୍କ ସମେତ ବହୁ ସାହିତ୍ୟିକ, ଲେଖକ, ସ୍ତମ୍ଭକାର,କବି, କବୟିତ୍ରୀ, ଶିକ୍ଷାବିତ ମାନଙ୍କ ସମେତ ଦ୍ୱିତୀୟ ଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦ ର ସମସ୍ତ କର୍ମକର୍ତ୍ତାମାନେ ଯୋଗଦାନ କରି କବି ଦ୍ୱିତୀୟ ଭଞ୍ଜ ଗୋଲଖ ଚନ୍ଦ୍ର ପ୍ରଧାନ ଙ୍କ ଅନନ୍ୟ ପ୍ରତିଭା ସମ୍ପର୍କରେ ଗଭୀର ଭାବେ ଆଲୋକପାତ କରିଥିଲେ ।

ଏହି ଉତ୍ସବ ଅବସରରେ କବି ଦ୍ୱିତୀୟ ଭଞ୍ଜ ଗୋଲଖ ଚନ୍ଦ୍ର ପ୍ରଧାନ ଙ୍କ ସ୍ମୃତିରେ ଷୋଡ଼ଶ ସଂଖ୍ୟା ମୁଖପାତ୍ର ‘ଅନର୍ଘ ଅର୍ଘ୍ୟ’ ଲୋକାର୍ପିତ ହେବା ସହ ସାହିତ୍ୟକ ଗୌତମ ଚରଣ ଜେନାଙ୍କ ପ୍ରବନ୍ଧ ପୁସ୍ତକ ‘ଜୀବନ ଦୃଷ୍ଟି କାହାଣୀ ପୁରାଣ’ ଉନ୍ମୋଚନ କରାଯାଇଥିଲା । ଶେଷରେ ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରତାପ ଜେନା  ବିଶିଷ୍ଟ ସାରସ୍ୱତ ସାଧକ ମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ନୃତ୍ୟ, ସଂଗୀତ ଆଦି ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.