ଜନସେବାରେ ନବୀନ@୨୫ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0

ଭୁବନେଶ୍ୱର: ବିଜେଡି ସୁପ୍ରିମୋ, ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 25 ବର୍ଷର ଦୀର୍ଘ ନିରବଚ୍ଛିନ୍ନ ସଫଳ ରାଜନୈତିକ ଯାତ୍ରା ପୂର୍ଣ୍ଣ କରି ୨୬ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି | ୧୯୯୭ ଜୁନ ୧ ତାରିଖରେ ପ୍ରଥମ ଥର ପାଇଁ ସାଂସଦ ଭାବରେ ନିର୍ବାଚିତ ହେବା ଠାରୁ ଆରମ୍ଭ କରି ଏହି ପଞ୍ଚମ କାର୍ଯ୍ୟକାଳ ପର୍ଯ୍ୟନ୍ତ ନବୀନ ଆଜି ଜନସେବାରେ 25 ବର୍ଷ ପୂରଣ କରିଛନ୍ତି।

ଓଡ଼ିଶାର ଜନ ମାନସରେ ଅତି ପ୍ରିୟ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରିବା ସହ ଲଗାତାର ଭାବେ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବାର ଗୌରବ ହାସଲ କରିଛନ୍ତି | ଓଡିଶା ରାଜନୀତିରେ ଜଣେ ଅପ୍ରତିଦ୍ୱନ୍ଦ୍ୱି ଅନନ୍ୟ ରାଜନେତା ଓ ଜାତୀୟ ରାଜନୀତିରେ ନିଜକୁ ଜଣେ ସ୍ୱତନ୍ତ୍ର ରାଷ୍ଟ୍ରନୀତିଜ୍ଞ ଭାବେ ରେ ପ୍ରତିପାଦିତ କରିପାରିଛନ୍ତି |
ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଆଜି ତାଙ୍କର ୨୫ ବର୍ଷ ପୂର୍ତ୍ତି ତଥା ଜନସେବାରେ ତାଙ୍କର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଦଳର ନେତାମାନେ ନବୀନ ନିବାସ ଯାଇ ଅଭିନନ୍ଦନ ଜ୍ଞାପନ କରିଥିଲେ | ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଦଳର ସଦ୍ୟ ରାଜ୍ୟସଭା ପାଇଁ ମନୋନୀତ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ, ଶସ୍ମିତ ପାତ୍ର, ବିଧାୟକ ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ଦେବୀରଞ୍ଜନ ତ୍ରିପାଠୀ, ମେୟର ସୁଲୋଚନା ଦାସଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ |

Leave A Reply

Your email address will not be published.