ତିର୍ତ୍ତୋଲ ମହାନଦୀରେ କାଉଡିଆ ନିଖୋଜ ଘଟଣା, ତାରତୋଲ ପୋଲ ନିକଟରୁ ମୃତଦେହ ଉଦ୍ଧାର 

0

ତିର୍ତ୍ତୋଲ/ରମେଶ ମହାନ୍ତି  -ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତାରତୋଲ -ପୋଷଲ ମହାନଦୀ ଘାଟ ନିକଟରେ ସୋମବାର ଭୋର ୪ଟା ସମୟରେ କଳସୀରେ ପାଣି ଉଠାଉଥିବା କାଉଡିଆ ମାନଙ୍କ ମଧ୍ୟରୁ ୨ଜଣ କାଉଡିଆ ପାଣି ସୁଅରେ ଭାସିଯାଇଥିଲେ।ସେମାନେ ଉକ୍ତ ବ୍ଲକ ପିପ୍ପଳମାଧବ ପଞ୍ଚାୟତ ମହମ୍ମଦାବାଦ ଗ୍ରାମର ରାଜ କିଶୋର ଦାସଙ୍କ ପୁଅ ସିଦ୍ଧାର୍ଥ ଦାସ(୨୪) ଓ ସରୋଜ ନାଥଙ୍କ ପୁଅ ସାରଦା ନାଥ।ପାଖାପାଖି ଥିବା ଅନ୍ୟ କାଉଡିଆ ମାନେ ନଦୀରେ ପହଁରି ସାରଦାଙ୍କୁ ଉଦ୍ଧାର କରି ପାରିଥିବା ବେଳେ ସିଦ୍ଧାର୍ଥ କିନ୍ତୁ ଭାସିଯାଇଥିଲେ।ସିଦ୍ଧାର୍ଥକୁ ପ୍ରଥମେ ମଣିଜନ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।ପରେ ତିର୍ତ୍ତୋଲ ଓ କୁଜଙ୍ଗ ଅଗ୍ନିଶମ ସେବା ବିଭାଗର କର୍ମଚାରୀ ମହାନଦୀରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସିଦ୍ଧାର୍ଥଙ୍କ କୌଣସି ସନ୍ଧାନ ମିଳିପାରିନଥିଲା।ଆଜି (ମଙ୍ଗଳବାର)ସକାଳେ ତାରତୋଲ ପୋଲ ନିକଟସ୍ଥ ମହାନଦୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ଉଦ୍ଧାରକାରି ଟିମ୍ ସହାୟତାରେ ସିଦ୍ଧାର୍ଥ ର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଯିବାକୁ ପଠାଯାଇଥିଲା।ସିଦ୍ଧାର୍ଥର ମୃତଦେହ ଅପରାହ୍ନ ସୁଦ୍ଧା ଗ୍ରାମରେ ପହଞ୍ଚିବା ପରେ ଏକମାତ୍ର ପୁତ୍ର କୁ ହରାଇଥିବା ପିତା ମାତା ଦୁଃଖରେ ଭାଙ୍ଗି ପଡିଥିବା ବେଳେ ତାଙ୍କ ଗ୍ରାମ ସହିତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। 

 

 

Leave A Reply

Your email address will not be published.