ସିଙ୍ଗିପୁର ଗ୍ରାମରେ ଡେଙ୍ଗୁ ଜଣଙ୍କର ମୃତ, ୯ଜଣଙ୍କ ଠାରେ ଡେଙ୍ଗୁ ପୋଜିଟିଭ୍‍

0

ଗ୍ରାମରେ ହାଇଟେକ ମେଡିକାଲ କଲେଜ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡାକ୍ତରୀଦଳ, ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଙ୍ଗିପୁର ଗ୍ରାମରେ ଡେଙ୍ଗୁ ଆତଙ୍କ ଓ ପ୍ରଭାବର ଥମିବାର ନା ନେଉନି । ଗତ ୪ ଦିନ ହେଲା ଗ୍ରାମରେ ଡେଙ୍ଗୁ ରୋଗରେ ଆକ୍ରାନ୍ତରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପାରଳାଖେମୁଣ୍ଡି ଡାକ୍ତରୀଦଳ ଗ୍ରାମରେ ପହଞ୍ଚି ଶତାଧିକ ପ୍ରଭାବିିିତ ଲୋକଙ୍କ ଚିକିତ୍ସା କରି ରକ୍ତ ନମୁନା ସଂଗ୍ରହ  କରିଥିଲେ । ପରୀକ୍ଷା ପରେ ୯ଜଣଙ୍କର ଦେହରେ ଡେଙ୍ଗୁ ପୋଜିଟିଭ୍‍ ଥିବା ଜଣାପଡିଛି । ସେମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଛି । ଗ୍ରାମରେ ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା ପାଇଁ ମଶା ଔଷଧ, ବ୍ଲିଚିଂ ପାଉଡର ସବୁ ଅପରିଷ୍କାର  ତଥା  ମଶାମାଛି ବଢୁଥିବା ସ୍ଥାନରେ ପକାଯାଇଛି । ଏଥିପ୍ରତି କିଭଳି ସତର୍କ ରହିବାକୁ ହେବ କଣ କରିବାକୁ ହେବ ସେ ସମ୍ପର୍କରେ  ଗ୍ରାମରେ ବୁଲି ବୁଲି ସତର୍କ କରାଯାଉଛି ବୋଲି ଏଡିଏମଓ ଜନସ୍ୱାସ୍ଥ୍ୟ ବିଭାଗ ଡା ପ୍ରଦୀପ କୁମାର ପାତ୍ର ଏବଂ ଜିଲ୍ଲା ମ୍ୟାଲେରିଆ ବିଭାଗ ଏଡିଏମଓ ଡାକ୍ତର ଛନ୍ଦା କାନୁନୁଗୋ କହିଛନ୍ତି ।

ଅନ୍ୟପକ୍ଷରେ ଡେଙ୍ଗୁ ଆତଙ୍କ ଓ ପ୍ରଭାବର ଗ୍ରାମରେ ଥମିବାର କୌଣସି ନାମ ନେଉନଥିବା ଯୋଗୁଁ ଏହାର ପ୍ରତିକାର ପାଇଁ ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକଲ କଲେଜରେ ମୁଖ୍ୟ ତଥା ଜଣାଶୁଣା ସମାଜସେବୀ  ତିରୁପତି ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚି ଲୋକଙ୍କ ଚିକିତ୍ସା କରି ଔଷଧ ପ୍ରଦାନ କରିବା ସହ ଶତାଧିକ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି ।

ଗ୍ରାମରେ ବର୍ତ୍ତମାନ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ହାଇଟେକ ମେଡିକଲ କଲେଜ ପକ୍ଷରୁ ୨ ଗୋଟି ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀଙ୍କ ସମେତ ଉପ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ସହକାରୀ ତହସିଲଦାର ଆୟୁବ ମଣ୍ଡଳ, ଚିତ୍ରି ସିମାଦ୍ରୀ, ବ୍ଲକ ଅଧ୍ୟକ୍ଷ, ଓ ଅନ୍ୟାନ୍ୟ ଅଧିକାରୀ ମାନେ ଗ୍ରାମରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଡେଙ୍ଗୁ ରୋଗର ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଦିଗରେ ପ୍ରଥମେ ଗ୍ରାମ ସଫାସୁତରା, ପୋତି ହୋଇଥିବା ନାଳ ସଫା କରିବା, ଗଛଲତା ସଫା ମଶା ଔଷଧ ଓ ବ୍ଲିଚିଙ୍ଗ ପାଉଡର ନିୟମିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ  କହିଛନ୍ତି |

 

Leave A Reply

Your email address will not be published.