ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର:ଦେବଗଡ଼ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ଭାରତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ନିଯୁକ୍ତି ପରାମର୍ଶ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ରର ପ୍ରଦିପ କୁମାର ବିଶ୍ବାଳ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଦର୍ଶ ମହାବିଦ୍ୟାଳୟ ର ଅଧକ୍ଷ ଡ. ବିଜୟ କୁମାର ମହାରଣା, ବାରକୋଟ ସରକାରୀ ଆଇଟିଆଇ ର ଅଧକ୍ଷ ସୀମା ଓରାମ, ସରକାରୀ ବହୁବୃତି ଅନୁଷ୍ଠାନର ଅଧ୍ୟାପକ ମୀନକେତନ ମାଝୀ, ଆକ୍ସନଏଡ୍ – ୟୁନିସେଫ୍ ର ଜିଲ୍ଲା ସଂଯୋଜକ ପୀତବାସ ବେହେରା, ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର ପ୍ରଶିକ୍ଷକ ସୂର୍ଯ୍ୟକାନ୍ତ ମିଶ୍ର, ଅଧ୍ୟାପକ ଡ. ପ୍ରଫୁଲ୍ଲ ଚନ୍ଦ୍ର ରାଉତ, ମାନସ ମହନ୍ତ ପ୍ରମୁଖ ଯୋଗଦେଇ ଆତ୍ମ ନିଯୁକ୍ତି ର ବିଭିନ୍ନ ଟ୍ରେଡ, ସରକାରୀ ସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ।ବର୍ତ୍ତମାନ ଯୁବକ ଯୁବତୀ ମାନଙ୍କୁ ଆତ୍ମନିର୍ଭର ହେବା ଲାଗି ସରକାରୀ ସ୍ତରରେ ଥିବା ବିଭିନ୍ନ ମାଧ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟ ର ମୋ କଲେଜ ଅଭିଯାନର ସଂଯୋଜକ ଦାମୋଦର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରଞ୍ଜିତ ପ୍ରଧାନ ଓ ନର୍ମଦା ପ୍ରଧାନ ସହଯୋଗ କରିଥଲେ।
Sign in
Sign in
Recover your password.
A password will be e-mailed to you.