ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରଙ୍କ କାର୍ଯ୍ୟାଳୟରେ ନୂତନ ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାବେ ବିଦ୍ୟାଧର ପ୍ରଧାନ କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀ ପ୍ରଧାନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ ଶାରୀରିକ ଶିକ୍ଷା ପରିଦର୍ଶକ ଭାବେ କାର୍ଯ୍ୟରତ ଥିଲେ | ଶ୍ରୀ ପ୍ରଧାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର , ରାଧାଶ୍ରୀ ସାହୁ , ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ,ଜିଲ୍ଲା ଓଷ୍ଟା ସମ୍ପାଦକ ନାରାୟଣ ବାରିକ୍, ରେଡକ୍ରସ୍ ଅଧିକାରୀ ତ୍ରିଲୋଚନ ସାହୁ ,ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାଗ୍ୟଲକ୍ଷ୍ମୀ ପାଲ,କ୍ରୀଡା ଶିକ୍ଷୟତ୍ରୀ ନିରୁପମା ବାରିକଙ୍କ ସମେତ ବିଭିନ୍ନ ବ୍ଲକ ଶିକ୍ଷକ ସଂଗଠନ ସମ୍ପାଦକ ଯୋଗଦେଇ ନୂତନ ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଶ୍ରୀ ପ୍ରଧାନ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.