ଉପାନ୍ତ ଅଞ୍ଚଳକୁ ପହଞ୍ଚିଲା PDS ଚାଉଳ,ନୂତନ ସରପଞ୍ଚଙ୍କୁ ପ୍ରଶଂସା କଲେ ଅଞ୍ଚଳବାସୀ

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ସ୍ୱାଧୀନତାର ୭୫ ବର୍ଷ ବିତିଗଲାପରେ ମଧ୍ୟ ଆଜି ପର୍ଯ୍ୟନ୍ତ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ଏମିତି ଦୁର୍ଗମ ଅଞ୍ଚଳ ଅଛି ,ଯେଉଁଠି ଆଜି ପ୍ରଶାସନ ପହଞ୍ଚି ପାରିନାହିଁ ।କାଶୀପୁର ବ୍ଲକ ର ଦୁଇ ପଞ୍ଚାୟତ ଡଙ୍ଗାସିଲ ଓ କୁଚେଇପଦର ପଞ୍ଚାୟତ ଦ୍ୱୟର କେତେକ ଗ୍ରାମ କୋରାପୁଟ ଜିଲ୍ଲା ଦୋଷମନ୍ତପୁର ବ୍ଲକ ର କେତେକ ଗ୍ରାମ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଅବସ୍ଥିତ ।
ଏହି ଦୁଇ ଜିଲ୍ଲାର ପ୍ରଶାସନିକ ଓ ରାଜନୈତିକ ଇଚ୍ଛା ଶକ୍ତି ରେ ଦୃବଳତା ଥିବାହେତୁ କାଶୀପୁର ବ୍ଲକ ର ଉପାନ୍ତ ଦୁର୍ଗମ ଅଞ୍ଚଳର ବିକାଶ ଆଜି ସାତ ସପନ ହେଇଛି।
ଏହି ଭଳି ଏକ ଅଞ୍ଚଳ କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତ ର ତୁରେଇଘାଟି ଗ୍ରାମରେ ପ୍ରଥମ ଥର ପାଇଁ ପହଞ୍ଚିଲା PDS ଚାଉଳ । ସ୍ୱାଧୀନତାର ସାତ ଦସନ୍ଦି ଭିତରେ ମାଳ ମାଳ ସରପଞ୍ଚ ଗଲେଣି କୁଚେଇପଦର GP ରୁ କିନ୍ତୁ ନବ ନିର୍ବାଚିତ ସରପଞ୍ଚ ଚାଉଳ ପହଞ୍ଚାଇ ପ୍ରସଂସିତ ହେଇଛନ୍ତି ।
ଏହି ଅଞ୍ଚଳରୁ ଚାଉଳ ନେବାକୁ ମାଳାମ୍ବ, କିରାମ୍ବ, କୋଷ କୋଟା, ତୁରେଇଘାଟି, ଖଜୁରୀ ଗୁଡା, ବିଳାପୁଟ, ପୁକେଶ, ଓ ଡାବୁଗୁଡା ଗ୍ରାମର ଖାଉଟି ମାନେ ତୁରେଇଘାଟି ଗ୍ରାମରେ ପହଞ୍ଚି ଖୁସିରେ ଖାଉଟି ସାମଗ୍ରୀ ନେଉଥିବାର ଦେଖିବାକୁ ମିଳିଥିଲା।

ମୁଖ୍ୟ ବିଷୟ ହେଲା ! ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ସରପଞ୍ଚ ପ୍ରତିଦ୍ବନ୍ଦିତା ରେ କୁଚେଇପଦର ଗ୍ରାମପଞ୍ଚାୟତ ପାଇଁ ମୋଟ ୬ ଜଣ ବ୍ୟକ୍ତି ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେଇଥିଲା ,୬ ଜଣଙ୍କ ମଧ୍ୟରେ ଜଣେ ସ୍ୱାଧୀନ ପ୍ରାର୍ଥୀନୀ ଥିଲେ ଶ୍ରୀମତୀ ବାଙ୍ଗାରି ଦିଶାରୀ, ବାଙ୍ଗାରି ଦିଶାରୀ ନିର୍ବାଚନ ମଇଦାନରେ ଏହି ଅଞ୍ଚଳକୁ ଜାଇ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ସରପଞ୍ଚ ଭାବେ ଜିତିଲେ ଏହି ଅଞ୍ଚଳର ଲୋକେ ନିଜ ଗ୍ରାମରେ PDS ଚାଉଳ, କିରାସିନି ପାଇବେ, କୌଣସି ଲୋକେ ପୂର୍ବଭଳି ୨୦/୨୫ ମାଇଲ ବାଟ ଚାଲି ଚାଲି ପାହାଡ ପର୍ବତ ଅତିକ୍ରମ କରି ଦିନତମାମ ନିରାଶରେ ପୁଣି ୨୦/୨୫ କେଜି ଚାଉଳ ପାଇଁ ଅନ୍ୟଥା ୩/୪ ସହ ଟଙ୍କା ଖୋର୍ଚ୍ଛାନ୍ତ ହେଉଥିଲା, ଏହି ସବୁ ସମସ୍ୟା ନିଶ୍ଚିନ୍ତ ଭାବେ ଦୁର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସେ ଜିତିବାର ଅଳ୍ପ କେଇ ମାସରେ ନିଜ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ PDS ଚାଉଳ ଦୁଇଟି ପିକ୍କପ ଭ୍ୟାନଯୋଗେ ତୁରେଇଘାଟି ଗ୍ରାମକୁ, ଲୋକେ ଅନେକ ଖୁସିରେ ଚାଉଳ ନେଉଛନ୍ତି, ପୁଣି ସେମାନଙ୍କୁ ସପନ ଦେଖିଲା ପରି ମାନେହେଉଛି, କାରଣ କେବେ କୌଣସି ଜନପ୍ରତିନିଧିଙ୍କ ଏହି ଭଳି ଇଚ୍ଛା ଶକ୍ତି ଦେଖାଦେଇନଥିଲା ସେଇଥିପାଇଁ ଏହି ଦୁର୍ଗମ ବାସୀ ନିଜ ମୌଳିକତା ଅଧିକାର ରୁ ବଞ୍ଚିତ ହେଉଥିଲେ । ବର୍ତ୍ତମାନ ଅଞ୍ଚଳ ବାସୀ ନିକଟରେ ଚାଉଳ ପାଇ କୁଚେଇପଦର ସରପଞ୍ଚ ଶ୍ରୀମତୀ ବାଙ୍ଗାରି ଦିଶାରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇ ପ୍ରଶଂସା କରିଛନ୍ତି। ସରପଞ୍ଚ ମଧ୍ୟ କର୍ମନିଷ୍ଠା ଭାବେ ସରପଞ୍ଚଙ୍କ ସମସ୍ତ ଦାଇତ୍ଵ ଓ ସେବା କାର୍ଯ୍ୟକୁ ଲୋକଙ୍କ ପାଖରେ ପ୍ରତିପାଦନ କରିବେ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.