ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ବୋହି ଯାଉଥିବା ସାଲୁଙ୍କି ନଦୀ ମୁହାଣ ସୁରକ୍ଷା ପାଇଁ ନିର୍ମାଣ ହେଉ ଥିବା ଗାର୍ଡ ୱାଲରେ ବ୍ୟାପକ ଅନିୟମିତତା ହୋଇ ଥିବା ଅଭିଯୋଗ ଆଣି ଛନ୍ତି ପୂର୍ବତନ ଅଧ୍ୟକ୍ଷ ତଥା ୱାର୍ଡ ୫ର କାଉନସିଲର ପି ସଂଜୀବ କୁମାର ପାତ୍ର I ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ନିର୍ମାଣ କାମରେ ବ୍ୟାପକ ଅନିୟମିତତା ହୋଇ ଥିବା ଅଭିଯୋଗ କରିଛନ୍ତି ପୂର୍ବତନ ଅଧ୍ୟକ୍ଷ I ଏହାକୁ ନେଇ ଆଜି ସନ୍ଧ୍ୟା ୪.୩୦ମିରେ ହୋଟେଲ ମୁନ ଲାଇଟ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ହୋଇ ଥିବା ଦୁର୍ନୀତିର ପର୍ଦ୍ଧାଫାସ କରିଛନ୍ତି ପୂର୍ବତ୍ତନ ଅଧ୍ୟକ୍ଷ I ସୂଚନା ଅନୁସାରେ ସାଲୁଙ୍କି ନଦୀର ମୁହାଣ ସୁରକ୍ଷା ପାଇଁ ୨୦୧୪-୨୦୧୫ ଆର୍ଥିକ ବର୍ଷରେ କ୍ଷୁଦ୍ର ଜଳସେଚନ ବିଭାଗ ଘୁ.ଉଦୟଗିରି ଶାଖା ପକ୍ଷରୁ ୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ (ପାଇପ ନଦୀ ଠାରୁ ଶଙ୍ଖ ସାହି) ଗାର୍ଡ ୱାଲ ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର ହୋଇ ଥିଲା I ପ୍ରଥମ ପର୍ଯ୍ୟାୟରେ ୧ କୋଟି ୧ ଲକ୍ଷ, ଦ୍ଵତୀୟ ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଗାର୍ଡ ୱାଲ ନିର୍ମାଣ କରାଯାଇ ଥିଲା I ଗାର୍ଡ ୱାଲର ଆବଶ୍ୟକତା ଥିବା ସ୍ଥାନରେ ନିର୍ମାଣ କରାନ ଯାଇ ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଛା ମୁତାବକ ସ୍ଥାନରେ ଗାର୍ଡ ୱାଲ ନିର୍ମାଣ କରିବା ସହ ନିର୍ମାଣ କାମରେ ବ୍ୟାପକ ଅନିୟମିତତା ହୋଇଥିବା ପୂର୍ବତ୍ତନ ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି I ଠିକାଦାର ପାଇପ ନଦୀରେ ଗାର୍ଡ ୱାଲ ନିର୍ମାଣ ନ କରି ଅନାବଶ୍ୟକ ସ୍ଥାନ ନୂଆଁହାଟ ଠାରେ ଗାର୍ଡ ୱାଲ ନିର୍ମାଣ କରି ଥିବା ମଧ୍ୟ କହିଛନ୍ତି ପୂର୍ବତ୍ତନ ଅଧକ୍ଷ I ଏହି ନିର୍ମାଣ ଏନଏସିର ବିନା ଅନୁମତିରେ ହୋଇ ଥିବା ମଧ୍ୟ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି I ଏ ନେଇ ପୂର୍ବରୁ ବାରମ୍ବାର ପୂର୍ବତ୍ତନ ଅଧକ୍ଷ ଜିଲ୍ଲା ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନ ଥିବା କହିଛନ୍ତି I ଯାହାକି ସ୍ଥାନୀୟ ବାସୀନ୍ଧାଙ୍କ ସ୍ୱାର୍ଥରେ ଘୋର କ୍ଷତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି I ଗାର୍ଡ ୱାଲ ନିର୍ମାଣରେ ଅନିୟମିତତା ଅଭିଯୋଗ ହେବାପରେ ମଧ୍ୟ ବର୍ତ୍ତମାନ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ସରକାରୀ ଅନୁଦାନ ବ୍ୟାୟରେ ପୁନର୍ବାର ଗାର୍ଡ ୱାଲ ନିର୍ମାଣ କାମ ଚାଲିଛି ଯାହାକି ସମ୍ପୂର୍ଣ୍ଣ ଅନିୟମିତତା ହୋଇ ଥିବା କହିଛନ୍ତି ପୂର୍ବତନ ଅଧକ୍ଷ ପି ସଂଜୀବ କୁମାର ପାତ୍ର I ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଆବଶ୍ୟକ ଥିବା ସ୍ଥାନରେ ଗାର୍ଡ ୱାଲ ନିର୍ମାଣ ସହ ତଦନ୍ତ କରି ଯଥା ଶୀଘ୍ର କାର୍ଯ୍ୟ ଶେଷ ପାଇଁ ଦାବୀ କରିଛନ୍ତି ପୂର୍ବତନ ଅଧ୍ୟକ୍ଷ ପି ସଞ୍ଜୀବ କୁମାର ପାତ୍ର I
Sign in
Sign in
Recover your password.
A password will be e-mailed to you.
Next Post