କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜ଼ିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତରେ ବିଜୁ ଜନତା ଦଳରୁ ସଭାପତି ପଦବୀ ବହୁତ ଦିନ ଖାଲିପଡ଼ିଥିବା ବେଳେ ଆଜି ଚନ୍ଦ୍ରମଣି ବାଘଙ୍କ ନିତୃତ ରେ ଏବଂ କର୍ମୀଙ୍କ ସହଯୋଗ ରେ କମିଟି ଗଠନ ହୋଇଛି | ଏହି ପଞ୍ଚାୟତରେ ପାଖାପାଖି 19ଟି ଗ୍ରାମର ବିଜୁ ଜନତା ଦଳର କର୍ମୀଙ୍କୁ ମାନେ ଏକତ୍ରିତ ହୋଇ ସଭାପତି ଭାବେ କୁପାଖାଲ ଗ୍ରାମର ଚନ୍ଦ୍ରମଣି ବାଘ ଏବଂ ଉପସଭାପତିଭାବେ ଡମ୍ବରୁ ଝୋଡ଼ିଆ ଙ୍କୁ ଚୟନ କରିଥିଲେ |
ଏହି ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଚନ୍ଦ୍ରମଣି ବାଘଙ୍କୁ ସଭାପତି ହେବା ପରେ 19ଖଣ୍ଡ ଗ୍ରାମର ଉନ୍ନତି କଣ କରିବେ ପଚାରିବୁଝିଥିଲେ ଏହା ପରେ ସଭାପତି କହିଥିଲେ ଯାହା ଯାହା ସମସ୍ୟା ରହିବ 19ଟି ଗ୍ରାମରେ କିପରି ସମାଧାନ ହେବ ଚେଷ୍ଟା କରି ସମାଧାନର ବାଟ କାଡିବି ବୋଲି ବାଘ କହିଥିଲେ |
Sign in
Sign in
Recover your password.
A password will be e-mailed to you.