ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡଜିଲ୍ଲାର ଅନନ୍ୟ ପରିଚୟ ତଥା ଏକକ ଅଭିନୟର ବାଦଶାହ କଳାନିଧି ବାଞ୍ଛାନିଧି ଶତପଥୀଙ୍କ ସ୍ମୃତି ରକ୍ଷା ସହ ତାଙ୍କ ଦ୍ୱାରା ଜିଲ୍ଲା ତଥା ରାଜ୍ୟର କୋଣ ଅନୁକୋଣରେ ଏକଦା ବିଶେଷ ଆଦୃତି ଲାଭ କରିଥିବା ଏକକ ଅଭିନୟ କଳାର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଛି ଅଭିନବ ପ୍ରଚେଷ୍ଟା | ଓଡ଼ଗାଁ ବ୍ଳକ ରାବରା ପଂଚାୟତ ରାବରା ଗ୍ରାମର ସ୍ୱର୍ଗତ କଳାନିଧି ବାଂଛାନିଧି ଶତପଥିଙ୍କ ଏକକ ଅଭିନୟ କଳାର ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ଏହି ଅଭିନୟ କଳାକୁ ସବୁଦିନ ପାଇଁ ବଂଚାଇ ରଖିବା ଉଦ୍ଦେଶ୍ୟ ନେଇ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଉଦ୍ୟମରେ ଓଡ଼ଗାଁ ବ୍ଳକ ସଭାଗୃହରେ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱର୍ଗତ ବାଞ୍ଛାନିଧିଙ୍କ ଶିଷ୍ୟ ସୀତାରାମ ଚୌଧୁରୀ, ଅର୍ଜୁନ ମହାପାତ୍ର, ବିଭୁପ୍ରସାଦ ସାହୁ, ଦିବାକର ନାୟକ, ନିତ୍ୟାନନ୍ଦ ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ସୁକାନ୍ତ ଚୌଧୁରୀ ଏବଂ କଳାନୀଧିଙ୍କ ସୁପୂତ୍ର ତଥା ନୟାଗଡ଼ ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥିଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ । ସ୍ୱର୍ଗତ ବାଞ୍ଛାନିଧିଙ୍କ ଜନ୍ମମାଟି ରାବରା ଠାରେ ସ୍ୱତନ୍ତ୍ର ଭାବରେ ଏକ ସ୍ଥାନ ନିରୁପଣ କରି ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ସହିତ କଳାମଣ୍ଡପ ନିର୍ମାଣ, ସଂଗ୍ରହାଳୟ ନିର୍ମାଣ, ଓଡ଼ଗାଁ-ନୟାଗଡ଼ ରାଜ୍ୟ ସଡ଼କକୁ କଳାନିଧି ବାଂଛାନିଧି ମାର୍ଗ ଘୋଷଣା କରିବା ପ୍ରସ୍ତାବ ସହିତ ଏକ ସ୍ମୃତି କମିଟି ଗଠନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆସନ୍ତା ସପ୍ତାହରେ ଏଥିନେଇ ଏଲ ଏକ ସାଧାରଣ ସଭା କରିବା ପାଇଁ ନିତ୍ୟାନନ୍ଦ ପ୍ରଧାନକୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ପରିବାର ପକ୍ଷରୁ ସବୁ ପ୍ରକାରର ସହଯୋଗ ଯୋଗାଇଦେବାକୁ କଳାନିଧିଙ୍କ ସୁପୁତ୍ର ସୁଧାକର ପ୍ରତିଶ୍ରୁତି ପ୍ରଦାନ କରିଥିଲେ |
Sign in
Sign in
Recover your password.
A password will be e-mailed to you.