ସିମୁଳିଆ ( ଅକ୍ଷୟ କୁମାର ଜେନା): ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁର ଶିଅଳ ସାହି ର ବାସିନ୍ଦା ଦୂର୍ଯୂ ଶିଅଳ ଯେ କି ବିଗତ କିଛି ଦିନ ପୁର୍ବେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ଗୋଡ଼ ପାରାଲିସିସ୍ ହୋଇ ଯାଇଥିଲା ପରେ ପରେ ତାଙ୍କୁ ମାର୍କୋଣା ହସ୍ପିଟାଲ ରୁ ସ୍ଥାନାନ୍ତରିତ କରି କଟକ ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଉଥିଲା କିନ୍ତୁ ଶ୍ରୀଯୁକ୍ତ ଦୂର୍ଯୂ ଶିଅଳ ଜଣେ ଗରିବ ଅସହାୟ ଲୋକ ହୋଇଥିବାରୁ ଅର୍ଥ ବାଧକ ସାଜିଛି ଯାହା ଦ୍ବାରା ତାଙ୍କର ଉତ୍ତମ ଚିକିତ୍ସା ହେଇ ପାରୁ ନାହିଁ |ତେଣୁ ପରିବାର ଲୋକ ସରକାରଙ୍କୁ ଏବଂ ପ୍ରଶାସନ କୁ ନିବେଦନ କରିଛନ୍ତି ଯେ ଯଦି ତାଙ୍କୁ କିଛି ସରକାରୀ ସହାୟତା ଯୋଗାଇ ଦିଅନ୍ତେ ସେ ପାରାଲିସିସ୍ ରୁ ଭଲ ହୋଇ ଘରକୁ ସୁରକ୍ଷିତ ଫେରି ପାରନ୍ତେ | ପରବର୍ତ୍ତୀ ସମୟରେ ଯେତେବେଳେ ଏ ବିଷୟରେ ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନ ସିମୁଳିଆ ଜାଣିବାକୁ ପାଇଲା ତୁରନ୍ତ ଉକ୍ତ ପରିବାର ବର୍ଗଙ୍କ ସହ ଆଲୋଚନା କରି ଆଜି ତାଙ୍କ ବାସଭବନ କୁ ଯାଇ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିଲା | ଏଥିରେ ସଂଗଠନର ସଭାପତି- ଶ୍ରୀଯୁକ୍ତ ମଣିଭଦ୍ର ସାହୁ, ସମ୍ପାଦକ – ସୂର୍ଯ୍ୟନାରାୟଣ ମହାନ୍ତି, କୋଷାଧ୍ୟକ୍ଷ – ଉମେଶ ରଞ୍ଜନ ନାୟକ, ପରାମର୍ଶ ଦାତା- କମଳ ଲୋଚନ ଲେଙ୍କା ,ଗଦାଧର ଜେନା, ବିଜୟ କୁମାର ସାହୁ, ଅଜୟ କୁମାର ମହାନ୍ତି, ପ୍ରଫୁଲ୍ଲ କୁଆଁର, ଦିବ୍ୟସିଂହ ମହାନ୍ତି, ଆଇନ ପରାମର୍ଶଦାତା – ଦିଗମ୍ବର ମିଶ୍ର, ମିଡ଼ିଆ ସଂଯୋଜକ -ଉମାକାନ୍ତ ସେଠୀଙ୍କ ପରାମର୍ଶ କ୍ରମେ ହ୍ୟୁମାନ କେୟାର ଫାଉଣ୍ଡେସନ ସିମୁଳିଆ ର ଆଗଧାଡିର କାର୍ଯ୍ୟରତ କର୍ମକର୍ତ୍ତା ତଥା ଶତ୍ରୁଘନ ଶିଅଳ,ସୁରେଶ, ରତ୍ନାକର ବେହେରା, ମହେନ୍ଦ୍ର ବେହେରା,ତପନ ପଢ଼ିହାରି, ଅମରେନ୍ଦ୍ର ନାୟକ, ଉମେଶ ରଞ୍ଜନ ନାୟକ, ବଳରାମ ପଣ୍ଡା ଙ୍କ ସମେତ ଉକ୍ତ ଗ୍ରାମର ଗ୍ରାମବାସୀ ଓ ସମାଜସେବୀ ମାନଙ୍କ ସହଯୋଗ ରେ ସହାୟତା ରାଶି ଯୋଗାଇ ଦିଆଗଲା | ଯାହାକୁ ନେଇ ସିମୁଳିଆ ଅଞ୍ଚଳରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ ହ୍ୟୁମାନ କେୟାର ଫାଉଣ୍ଡେସନ ସିମୁଳିଆ ର ଏପରି କାର୍ଯ୍ୟ କୁ ଗ୍ରାମବାସୀ ଏବଂ ଉକ୍ତ ପରିବାର ବର୍ଗ ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post