‘କିଶୋରୀ ବାଳିକା ସଶକ୍ତିକରଣ” ଅଭିଯାନ ଉଦ୍‌ଘାଟନୀ ସମାରୋହ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆକାଂକ୍ଷା ଜିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ନୀତି ଆୟୋଗ ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ୍ ଦ୍ୱାରା କିଶୋରୀ ବାଳିକା ସଶକ୍ତିକରଣ ଅଭିଯାନ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓଙ୍କ ଦ୍ୱାରା ଉଦ୍‌ଘାଟୀତ ହୋଇଯାଇଛି।
ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର କିଶୋରୀ ବାଳିକାଙ୍କୁ ମେରା ଯୋଗଦାନ ଅପ୍ପଲିକେସନ ମାଧ୍ୟମରେ ଚିହ୍ନଟ କରାଯାଇଥିବା ତଥ୍ୟକୁ ଆଧାରକରି ବିଦ୍ୟାଳୟରେ ନାମକରଣ କରିବା , ରକ୍ତହୀନତା ଦୂରକରିବା ଇତ୍ୟାଦିକୁ ନେଇ ବିଭିନ୍ନ ବିଭାଗ , ପଞ୍ଚାୟତରାଜ ପ୍ରତିନିଧି ଓ ସାମାଜିକ ସଂସ୍ଥା ସହାୟତାରେ କିଶୋରୀ ବାଳିକାଙ୍କୁ ସଶକ୍ତ କରିବାକୁ ସମସ୍ତେ ମତରଖିଥିଲେ। ଅତିଥିମାନେ ନିଜବକ୍ତବ୍ୟରେ ସମସ୍ତଙ୍କ ଭାଗିଦାରୀ ସହ ଜନ ଭାଗିଦାରୀ ଦ୍ୱାରା ଆମେ ଅଧିକରୁ ଅଧିକ ସହଯୋଗ କରିପାରିବା ବୋଲି ମତ ରଖିଥିଲେ।
ଅଧିକରୁ ଅଧିକ ଭଲ ଖବର ଲୋକଙ୍କ ପାଖକୁ ପହଞ୍ଚାଇବାକୁ ନେଇ ଆକାଂକ୍ଷା ଜିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ରାଓ ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ୟୁଟ୍ୟୁବ ଚାନେଲ ଉନ୍ମୋଚନ କରାଯାଇଥିଲା।
ଏହିଁ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ନିଲିମା ପାଣ୍ଡେେ ଜ୍ୟୋତିରାଜ ଅଧିକାରୀ , ବ୍ଲକ ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷା , ଏଡିଏମ୍ , ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ , ସିଡିଏମ୍ଓ , ପିଏଚ୍ଓ , ଡିଏସ୍ଡବ୍ଲ୍ୟୁ , ଡିଡବ୍ଲ୍ୟୁ , ଡିଏସ୍ଏସ୍ଓ , ଡିପିଏମ୍ , ଡିଇଇଓ , ଓଏଲ୍ଏମ୍ , ଡିସିପିଓ , ବିଡିଓ , ବିଇଇଓ , ସିଡିପିଓ , ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା , ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟର କୁଳପତି, ୟୁଏନ୍ଏଫପିଏର କନସ୍ୟୁଲଟାଣ୍ଟ ବିଭିନ୍ନ ସାମାଜିକ ସଂସ୍ଥା ପ୍ରତିନିଧି , ପିରାମଲ ଫାଉଣ୍ଡେସନ୍ ପ୍ରତିନିଧି ଓ ଗାନ୍ଧୀ ଫେଲୋ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.