Recover your password.
A password will be e-mailed to you.
ସୁବର୍ଣ୍ଣପୁର(ପ୍ରକାଶ ହାତୀ): ସୋନପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ର ମିଳିତ ଆନୁକୂଳରେ ଜ଼ିଲ୍ଲାପାଳଙ୍କ ସମ୍ମିଳିନୀ କକ୍ଷ ରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ତଥା ବାଲ୍ୟ ବିବାହ ନିରାକରଣ ଜ଼ିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇ ଯାଇଛି I ବୈଠକରେ ରେ ଜ଼ିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ l ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଜିଲ୍ଲାରେ ତୃଣମୂଳ ସ୍ତରରେ ବାଲ୍ୟ ବିବାହ ନିରୋଧ ନିମନ୍ତେ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ କରିଛନ୍ତି l ସେ ଏହି ପରିପ୍ରେକ୍ଷୀରେ ବିଭଗୀୟ ଅଧିକାରୀ ଙ୍କୁ ଜିଲ୍ଲାରେ ବାଲ୍ୟ ବିବାହ ନିରୋଧ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି l lଏହି ପରିପ୍ରେକ୍ଷୀରେ ରେ ଶିଶୁ ଗୃହ ରେ ରହୁଥବା ଦୁଇ ଜଣ ଅନାଥ ଶିଶୁଙ୍କୁ ୧୮ ବର୍ଷ ବୟସ ପୂରଣ ହୋଇ ଥିବାରୁ ” ଆଫ୍ଟର କେୟାର ” ଯୋଜନା ରେ ଜଣ ପ୍ରତି ୨୪୦୦୦/- ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି l ସେମାନେ ହେଲେ ତରଭା ବ୍ଲକ ର ଚନ୍ଦ୍ରକାନ୍ତି ହାତୀ ଏବଂ ବିନିକା ବ୍ଲକ ର ଚନ୍ଦ୍ର ଶେଖର ଦଳେଇ I ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜା ଦାଶ ବୈଠକ ର ସଂଯାଜନା କରିଥିବା ବେଳେ, ବାଲ୍ୟ ବିବାହ ସଂଯୋଜକ (ଆକ୍ସନ ଏଡ଼/ ୟୁନିସେଫ ) ରାକେଶ ପ୍ରଧାନ ଜ଼ିଲ୍ଲା ରେ ବାଲ୍ୟ ବିବାହ ର ସ୍ଥିତି ଓ ବାଲ୍ୟ ବିବାହ ସମ୍ପର୍କ ରେ ଜ଼ିଲ୍ଲା ରେ ନିଆଯାଇଥିବା ପଦକ୍ଷପ ଓ ଆଗାମୀ ଦିନ ର କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ I ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ଅନିତା ଗୁରୁ ଜିଲ୍ଲାରେ “ସଖି”ର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଉପସ୍ଥାପନ କରିଥଲେ IPrev Post
ଏଚ୍ସିଏଲ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଏଚ୍ସିଏଲ୍ ଗ୍ରାଂଟ ପାନ୍ ଇଣ୍ଡିଆ ସିମ୍ପୋଜିୟମ ୨୦୨୨ ର ଅଷ୍ଟମ ସଂସ୍କରଣ
Next Post
Recover your password.
A password will be e-mailed to you.