ତୁରିଗଡିଆ ବଜାରରେ ଥିବା ଚାରୋଟି ଦୋକାନରୁ ଚୋରୀ

0

ଖଇରା( ବୁଲୁ ଲେଙ୍କା)ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁରୀଗଡିଆ ବଜାରରେ ଥିବା 4ଟି ଦୋକାନ ରୁ ଚୋରୀ ହୋଇଛି। ସୂଚନା ରୁ ଜଣାଯାଏ ଯେ ତୁରିଗଡିଆ ବଜାରରେ ଗୟାଧର ଗାହାଣ ଙ୍କ ପୂଜା ସାମଗ୍ରୀ ଦୋକାନ, ମୁରଲୀଧର ମଲ୍ଲିକଙ୍କ ଗ୍ରୋଷରି ଦୋକାନ, ଦାମୋଦର ସାହୁ ଙ୍କ ଗ୍ରୋଷରୀ ଦୋକାନ ଓ କମଳାକାନ୍ତ ପାଣିଗ୍ରାହୀ ଙ୍କ ଗ୍ରୋଷାରି ଦୋକାନ ରୁ ପ୍ରାୟ 2ଲକ୍ଷ୍ୟ ଟଙ୍କା ର ଅର୍ଥ ଓ ସାମଗ୍ରୀ ଚୋରୀ ହେଉଥିବା ଜଣା ଯାଇଛି।ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉ କି ତୁରିଗଡିଆ ବଜାରରେ ନିୟମିତ ପୋଲିସ ତରଫରୁ ପହରା ଦିଆ ଯାଇଥିବା ବେଳେ ବାରମ୍ବାର ଚୋରୀ ହେଉଥିବା ନେଇ ଜନସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି।

Leave A Reply

Your email address will not be published.