ପଦ୍ମପୁର-ଜାତୀୟ ଆଇନ ସେବା ପ୍ରାଧୀକରଣ ଓ ଓଡିଶା ଆଇନ ସେବା ପ୍ରାଧୀକରଣ ଆଦେଶ କ୍ରମେ ପଦ୍ମପୁର ତାଲୁକ ଆଇନ ସେବା ପ୍ରାଧୀକରଣ ଆନୁକୁଲ୍ୟରେ ପଦ୍ମପୁର କୋର୍ଟ ପରିସରରେ ୨୦୨୨ ବର୍ଷର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନ ସେବା ପ୍ରଧୀକରଣର ଅଦ୍ଧକ୍ଷ ଅରବିନ୍ଦ ରଥ, ଏହାକୁ ଉଦ୍ଦଘାଟନ କରିଥିଲେ । ଏହି ଅବସରରେ ୯୯ ଟି ବିଚାରଧିନ ମାମଲା ମଦ୍ଧାରୁ ୭୦ ଟିର ଚୂଡାନ୍ତ ବିଚାର କରାଯାଇଥିଲା । ପ୍ରଧିକରଣର ଅନ୍ଧକ୍ଷଙ୍କ ସଂଯୋଜନାରେ ଆଯୋଜିତ କାର୍ଯ୍ୟକ୍ରମରେ କୋଟର ବରିଷ୍ଠ ଦେଵାନୀ ବିଚାରପତି ଅଭିନନ୍ଦିତା ପଣ୍ଡା ଓ ଉପଖଣ୍ଡିୟ ଦଣ୍ଡାଧିକାରୀ ତଥା ଦେଵାନୀ ବିଚାରପତି ପ୍ରଜ୍ଞା ଲଲିତ ମିଶ୍ର ବିଭିନ୍ନ ମାମଲା ଗୁଡିକର ଆପୋଷ ସମାଧାନରେ ସହଯୋଗ କରିଥିଲେ । ଓକିଲ ସଂଘର ସଭାପତି ଶ୍ରୀ ଉମେଶ ସାହୁ, ଶ୍ରୀ ଗୌତିଆ ସାହୁ, ଶ୍ରୀ ଅଜିତ କୁମାର ସତପଥୀ, ଶ୍ରୀ ସୁନିଲ ପାଣିଗ୍ରାହି, ଶ୍ରୀ ଚିନମୟ ଦାଶ ଏବଂ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ଆଇନଜୀବି ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.