
ମେଲଛାମୁଣ୍ଡା,(ଶାସକ ପ୍ରଶାସକ)- ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ନିଜର ହକରୁ ବଂଚିତ ହୋଇ ଆମରଣ ଅନଶନ ପରି ପଦକ୍ଷେପ ନେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମେଲଛାମୁଣ୍ଡାସ୍ଥିତ କେନ୍ଦୁପତ୍ର ରେଂଜ କାର୍ଯ୍ୟାଳୟ ସମ୍ମୁଖରେ । ସନିବାର ସକାଳେ ଦୁବୁଲାବାହାଲ ସେକସନ ଅଧିନସ୍ଥ ଘନାମାଲ ଗ୍ରାମର ସିଜିନାଲ କେନ୍ଦୁପତ୍ର କର୍ମଚାରୀ ପୁଆଳୁ ଚେରଖିଆ ନିଜର ପରିବାର ସହ ରେଂଜ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ପୁଆଳୁଙ୍କ ଦାବୀ ଥିଲା ଚେକର ପଦରେ ନିଯୁକ୍ତି ପାଇବା । ସେହି ପଦ ପାଇଁ ରେଂଜ କାର୍ଯ୍ୟାଳୟ ତରଫରୁ ମନୋନୀତ ହୋଇ ତାଙ୍କର କାଗଜ ପତ୍ର ମଧ୍ୟ ପ୍ରସ୍ତୁତ କରାଯାଇଛି । ତାଙ୍କୁ ଦୁବୁଲାବାହାଲ ସେକସନ ଫରେଷ୍ଟର ଏପ୍ରିଲ ୨୫ ତାରିଖ ଦିନ ଚେକରର ଦାୟୀତ୍ୱ ନେବା ପାଇଁ କହିଥିବା ବେଳେ ପୁଣି ଏପ୍ରିଲ ୨୬ ତାରିଖ ଦିନ ପୁର୍ବରୁ ଥିବା ମୁନସି ପଦରେ କାମ କରିବା ପାଇଁ କହିଥିଲେ । ବିଭାଗୀୟ କର୍ମଚାରୀଙ୍କ ଦୋମୁହାଁ କଥାକୁ ସଂଘ ପାଖରେ ଉପସ୍ଥାପନ କରିଥିଲେ ପୁଆଳୁ । ସଂଘର ଆଳୋଚନା ପରେ ମଇ ୧୩ ତାରଖ ସୁଦ୍ଧା ଚେକର ପଦରେ ନିଯୁକ୍ତି ନ ଦେଲେ ଆମରଣ ଅନଶନରେ ବସିବା ପାଇଁ ଲିଖତ ଭାବେ ରେଂଜରଙ୍କୁ ଜଣାଇଥିଲେ । ମାତ୍ର ବିଡମ୍ବନାର ବିଷୟ ଯେ ପୁଆଳୁ ଭଳିଆ ଜଣେ ତଳ ସ୍ତରର ସିଜିନାଲ କର୍ମଚାରୀର ଅଭିଯୋଗକୁ ଉଚ୍ଚ ପଦସ୍ତ କର୍ମଚାରୀ ଅଣଦେଖା କରିବାରୁ ମଇ ୧୪ ତାରିଖ ସପରିବାର ରେଂଜ କାର୍ଯ୍ୟାଳୟ ସମ୍ମୁଖରେ ମାହାତ୍ମାଗାନ୍ଧୀଙ୍କ ଫଠୋ ରଖି ଆମରଣ ଅନଶନରେ ବସିଛୁ ବୋଲି କ୍ଷୋଭର ସହ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେି । ପ୍ରକାଶ ଯୋଗ୍ୟ ଯେ ରେଂଜ କାର୍ଯ୍ୟାଳୟ ପାଇଁ ଦୁଇ ଗୋଟି ଚେକର ପଦ ସିନିରିୟଟି ପର୍ଯ୍ୟାୟରେ ପୂରଣ ପାଇଁ ପ୍ରକ୍ରିୟା ଆରମ୍ବ କରାଯାଇଥିଲା । ସିଜନାଲ କର୍ମଚାରୀ ସଂଘ ତରଫରୁ ଚାଂଟିପାଲି ଫଡିରେ ମୁନସି ଭାବେ କାର୍ଯ୍ୟରତ ଉପେନ୍ଦ୍ର ବରିହା ଏବଂ ଘନାମାଲ ଫଡିରେ ମୁନସି ଭାବେ କାର୍ଯ୍ୟରତ ପୁଆଳୁ ଚେରଖିଆଙ୍କ ନାମ ମନୋନୀତକରି ରେଂଜ କାର୍ଯ୍ୟାଳୟକୁ ପଠାଯାଇଥିଲା । ଉପେନ୍ଦ୍ର ବରିହା ଚେକର ଦାୟୀତ୍ୱ ତୁଲାଇବା ସହ ମାସକର ଦରମା ପାଇ ସାରିଥିବା ବେଳେ ପୁଆଳୁ ଚେରଖିଆ ଅଦ୍ୟାବଧି ଚେକର ପଦରେ ନିଯୁକ୍ତ ନ ହେବା ବିଷୟ ମୁଖ୍ୟ ଅସନ୍ତୋଷର କାରଣ ପାଳଟିଛି । ପୁଆଳୁ ଚେରଖିଆକୁ ଚେକର ଦାୟୀତ୍ୱ ଦେଇ ପୁଣି ଦାୟୀତ୍ୱ କାଢିନେବା ବିଷୟକୁ ନେଇ ସେକସନ ଫରେଷ୍ଟର ପ୍ରତିମା ପାଣ୍ଡେଙ୍କୁ ପଚରାଯିବାରୁ ରେଂଜରଙ୍କ ନିର୍ଦେଶ ଅନୁସାରେ କହିଥିବା ସ୍ୱୀକାର କରିଥିବା ବେଳେ ଭାରପ୍ରାପ୍ତ ରେଂଜର ପାହାଳ ବେହେରା ଆଗାମି ସାତ ଦିନ ମଧ୍ୟରେ ପୁଆଳୁ ଚେରଖିଆକୁ ଚେକର ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଉଭୟ ପକ୍ଷର ଆଲୋଚନା ପରେ ଆଗାମୀ ସାତ ଦିନ ପାଇଁ ଅନଶନ ସ୍ଥଗିତ ରଖିଛି ବୋଲି ପୁଆଳୁ ଚେରଖିଆ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post