ମାହାଙ୍ଗା ଥାନା ଆଇଆଇସିଙ୍କ ସରକାରୀ ବାସଭବନ ଉପରେ ଚଢ଼ାଉ

0

ଚଢ଼ାଉ ପରେ ବାସଭବନକୁ ସିଲ୍ କଲା ଭିଜିଲାନ୍ସ ବିଭାଗ

ଗତକାଲି ରାତିରେ ଭିଜିଲାନ୍ସ ହାତରେ ୬ ଲକ୍ଷ ଟଙ୍କା ସହ ଧାରା ପଡ଼ିଥିଲେ ଆଇଆଇସିଙ୍କ ପତ୍ନୀ

ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ସରକାରୀ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିବାର ଜଣାଯାଇଛି। ଚଢାଉ ପୂର୍ବରୁ ଖବର ପାଇ ଥାନା ଆଇଆଇସି ନିହାର ମହାନ୍ତି ଫେରାର ହୋଇଯାଇଥିଲେ। ଭିଜିଲାନ୍ସ ପକ୍ଷରୁ ସରକାରୀ ବାସଭବନକୁ ସିଲ୍ କରିବା ସହ ଭୁବନେଶ୍ଵର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜିରା ହେବା ପାଇଁ ମାହାଙ୍ଗା ଥାନା ଆଇଆଇସି ନିହାର ମହାନ୍ତିଙ୍କୁ ନୋଟିସଜାରି କରିଛି। ନିହାର ମହାନ୍ତି ଭିଜିଲାନ୍ସ ରେ ହାଜିରା ହେବା ପରେ ସେଠାରୁ ତାଙ୍କୁ ଆଣି ମାହାଙ୍ଗା ଥାନା ସରକାରୀ ବାସଭବନ ରେଡ କରିବ ବୋଲି ଭିଜିଲାନ୍ସ ପକ୍ଷରୁସୂଚନା ମିଳିଛି। ସୂଚନାଯୋଗ୍ୟ କି ଆଇଆଇସି ନିହାର ମହାନ୍ତିଙ୍କ ପତ୍ନୀ ନିନାବେହୁରା ରାୟଗଡ଼ା ଅବକାରୀ ବିଭାଗ ରେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ରାୟଗଡ଼ାରୁ ଭବନେଶ୍ୱର ଆସୁଥିବା ବେଳେ ଭିଜିଲାନ୍ସ ବିଶେଷ ସୂତ୍ରରୁ ଖବର ପାଇ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ତାଙ୍କ ନିକଟରୁ ଛଅ ଲକ୍ଷ ଟଙ୍କା ନଗଦ କ୍ୟାସ ଜବତ କରିଥିଲା ଭିଜିଲାନ୍ସ ଟିମ୍। ଜବତ ଛଅ ଲକ୍ଷ ଟଙ୍କାର ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବାରୁ ଭିଜିଲାନ୍ସ ଛଅ ଲକ୍ଷ ଟଙ୍କା ଜବତ କରିବା ସହ ଅବକାରୀ ଅଧିକାରିଣୀ ନିନା ବେଉରା ଙ୍କୁ ଗିରଫ କରିଥିଲା। ଗିରଫ କରିବା ପରେ ଭିଜିଲାନ୍ସ ପକ୍ଷରୁ ନିନା ବେଉରା ଙ୍କ ଭୁବନେଶ୍ଵର ସ୍ଥିତ ବାସଭବନ, ବିଭିନ୍ନ ସମ୍ପର୍କୀୟଙ୍କ ବାସଭବନ, ନିନା ବେଉରା ଓ ନିହାର ମହାନ୍ତିଙ୍କ ପୈତୃକ ବାସଭବନ ଚଢାଉ ହେବା ସହ ନିନା ବେଉରା ଙ୍କ ସ୍ବାମୀ ମାହାଙ୍ଗା ଥାନା ଅଧିକାରୀ ନିହାର ମହାନ୍ତିଙ୍କ ମାହାଙ୍ଗା ଥାନା ପରିସରରେ ଥିବା ସରକାରୀ ବାସଭବନକୁ ସିଲ୍ କରିଛି ଭିଜିଲାନ୍ସ। ତେବେ ଆଗକୁ କଣ ଘଟୁଛି ତାହାହିଁ ଦେଖିବାକୁ ବାକି ରହିଲା ?

Leave A Reply

Your email address will not be published.