ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଜନତା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବିଜୟକୁମାର ବିଶ୍ୱାଳ ଓ ଶିକ୍ଷା କର୍ମଚାରୀ ମାଧବ ଚନ୍ଦ୍ର ଵାରିକଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ କାକଟପୁର ବ୍ଲକର ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ମୁଖ୍ୟବକ୍ତା ଭବେ ଯୋଗ ଦେଇଥିବାବେଳେ ପୁରୀସଦରର ପ୍ରାକ୍ତନ ମଣ୍ଡଳ ସହ ଶିକ୍ଷା ଅଧକାରୀ ସ୍ୱର୍ଣ୍ଣଲତା ତ୍ରିପାଠୀ ମୁଖ୍ୟ ଅତିଥି, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରମେଶ ଜେନା, ଅନାଦି ଚରଣ ସ୍ଵାଇଁ, ସହକାରୀ ଶିକ୍ଷକ ପ୍ରଫୁଲ୍ଲ ପରିଡା ,କୋରଣା ଗ୍ରାମପଂଚୟତ ସରପଞ୍ଚ ମଧୁସ୍ମିତା କାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ଓ ଛାତ୍ରଛାତ୍ରୀ ମାନେବିଦ୍ୟାଳୟରୁ ଅବସର ନେଉଥିବା ଦୁଇ ଶିକ୍ଷାବିତଙ୍କର ଶିକ୍ଷାଦାନ, ବିଦ୍ୟାଳୟ ପରିବେଶକୁ ସରସ ସୁନ୍ଦର କରି ଗଢିତୋଳିବାରେ ଭୂମିକା , ଆଦି ଉପରେ ନିଜ ନଜର ମତ ରଖିବା ପରେ, ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ, ଫୁଲତୋଡ଼ା, ମାନପତ୍ର, ଔପଢୋକନ ଆଦି ଦେଇ ଦୁଇ ଜଣଙ୍କୁ ସମ୍ବର୍ଧିତ କରିଥିବା ବେଳେ,ପୁରାତନ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଦୁଇ ଗୁରୁ ଙ୍କୁ ବିଭିନ୍ନ ବ୍ୟବହାରିକ ଉପକରଣ ଦେଇ ସମ୍ବର୍ଧିତ କରିଥିଲେ । ପ୍ରାରମ୍ଭରେ, ଅତିଥି ,ଗଣ ପ୍ରଦୀପ ପ୍ରଯୋଳନ କରି ଉଦ୍ଘାଟନ କରିବାପରେ, ଛାତ୍ରଛାତ୍ରୀ ଙ୍କ ତରଫରୁ ବିଦାୟି ସଙ୍ଗୀତ ଗାନ କରାଯାଇ ଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ତରାଇଙ୍କ ସଭାପତିତରେ ଅନୁଷ୍ଠିତ ଅନୁଷ୍ଠିତ ସଭାରେ ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ବିଶ୍ୱାଳ ସଭାକାର୍ଯ୍ୟ ସଂଯୋଜନା କରିଥିଲେ ଓ ବରିଷ୍ଠ ସିକ୍ଷକ ସନ୍ତୋଷ କୁମାର ପରିଡା,ଶ୍ରୀଧର କୁମାର ସାହୁ,ପୂଜାରାଣୀ ବେହେରା,ଅଜିତ ରାଉତ,ଲଷ୍ମୀଧର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବନ୍ତିଲୋ ଗ୍ରାମ କମିଟି ସଭାପତି ପ୍ରଫୁଲ ଵାରିକ, ସିଆରସିସି ନିରଞ୍ଜନ ବେହେରା,ପୂର୍ବତନ ସରପଞ୍ଚ ନିର୍ମଳ ମଲ୍ଲ , ପ୍ରିୟଦର୍ଶନି ସେନାପତି ଆଦି ସମେତ ବହୁ ଜନସାଧାରଣ ଉପସ୍ଥିତ ରହି ଦୁଇ ଗୁରୁଙ୍କୁ ଏକ ଭାବବିହ୍ଵଳ ପରିବେଶରେ ପଟୁଆରରେ ନେଇ ନିଜ ନିଜ ଘରେ ଛାଡିଥିଲେ ।
Sign in
Sign in
Recover your password.
A password will be e-mailed to you.