ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଓଡ୍ରାଫ ଟିମ୍‌ ସହିତ ଅତିରିକ୍ତ ଜିଲ୍ଲାପାଳଙ୍କ ଆଲୋଚନା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ବୁଧବାର ଦିନ ଗୋଷାଣୀ ଠାରେ ମୁତୟନ ହୋଇ ଥିବା ଓଡ୍ରାଫ ଟିମର ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି।
ସୂଚନାଯୋଗ୍ୟ ଯେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ଓଡ୍ରାଫ ଟିମ୍ ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ମୁତୟନ ହୋଇ ରହିଛନ୍ତି। ଏମାନେ ଜରୁରୀକାଳୀନ ପରିସ୍ଥିତିରେ ଘଟଣାସ୍ଥଳକୁ ତୁରନ୍ତ ଯିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏମାନଙ୍କ ପୂର୍ବପ୍ରସ୍ତୁତିକୁ ନେଇ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ସମୀକ୍ଷା କରିବା ସହ ଏନେଇ ବିସ୍ତୃତ ଆଲୋଚନା ମଧ୍ୟ କରିଛନ୍ତି। ଓଡ୍ରାଫ ଟିମ୍ ମଧ୍ୟ ବେସ ସଜାଗ ହୋଇ ସମସ୍ତ ପ୍ରସ୍ତୁତିକୁ ଶେଷ କରି ଆବଶ୍ୟକୀୟ ଉପକରଣ ତଥା ସରଞ୍ଜାମ ଗୁଡିକୁ ଆଗୁଆ ପରୀକ୍ଷଣ କରି ପ୍ରସ୍ତୁତ ରଖିଥିବାର ଜଣାପଡିଛି।

Leave A Reply

Your email address will not be published.