ପଦ୍ମପୁର-ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୋରୁ ବଜାର ଠାରେ ଏକ ସୁଲଭ ଶୌଚାଳୟ ଉଦଘାଟିତ ହୋଇଯାଇଛି । ଅନ୍ୟ ଜାଗାରୁ ପଦ୍ମପୁର ସହରକୁ ପ୍ରବେଶ କରୁଥିବା ଯାତ୍ରୀ ତଥା ସ୍ଥାନୀୟ ଲୋକମାନେ ଏହାର ସୁବିଧା ନେଇ ପାରିବେ । ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସାବିତ୍ରୀ ବାଗଙ୍କ ଦ୍ୱାରା ସୁଲଭ ଶୌଚାଳୟଟି ଉଦଘାଟିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ, କାଉନସିଲର କବିତା ସେଠ, ଯୁବନେତା ଭୋଜରାଜ ସିଂ ବରିହା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ ସାହୁ, ନବୁ ଅଗ୍ରୱାଲ, ସାନିଟାଇଜ ଏକ୍ସପର୍ଟ ଦୁଷ୍ମନ୍ତ ବେହେରା ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.