ଏସପିଙ୍କ ଝାରବନ୍ଧ-ଜଗଦଲପୁର ଥାନା ଗସ୍ତ।

0

ମଦ୍ୟପଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ-ଏସ.ପି ବରଗଡ଼

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଓ ଜଗଦଲପୁର ଥାନା ଗସ୍ତ କରିଛନ୍ତି।ସୀମାନ୍ତବର୍ତୀ ଥାନା ଅଞ୍ଚଳ ରେ ଏଣିକି ସାବାଡ଼ ହେବେ ମଦ୍ୟପ ବିଳମ୍ବିତ ରାତିରେ ମଦ ପିଇ ଅସାମାଜିକ କାର୍ଯ୍ୟକଳାପ ଘଟାଉଥିବା ବ୍ୟକ୍ତି ଙ୍କୁ ଧରି ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା କୁ ନୂତନ ଭାବରେ ଯୋଗ ଦେଇଥିବା ବରଗଡ଼ ଏସ.ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ।ଝାରବନ୍ଧ ଥାନା ଅଧିକାରୀ ଦିଲିପ ବେହେରା, ଜଗଦଲପୁର ଥାନାଧିକାରୀ ସୁଷମା କୁଅଁର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏସ ପି କହିଛନ୍ତି ରାତି ରେ ବାହ୍ୟ ଅପରାଧୀ ଙ୍କ ପ୍ରବେଶ ଅପରାଧ କୁ ଦମନ ଉଦ୍ଦେଶ ରେ ଏସ ପି ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।ତେଣୁ ରାତିରେ ମଦ୍ୟପାନ କରି ସୀମାନ୍ତବର୍ତୀ ଅଞ୍ଚଳ ରେ ମୋଟରଯାନ ରେ ଯାତାୟତ ହେଉଥିବା ଲୋକଙ୍କୁ ସାବାଡ଼ କରିବାକୁ କହିଛନ୍ତି।ଏସପି ଙ୍କ ଏଭଳି ପଦକ୍ଷେପ କୁ ସର୍ବସାଧରଣ ରେ ଉଚ୍ଚ ପ୍ରଶଂସିତ ହେଉଛି।

Leave A Reply

Your email address will not be published.