ରାଜ୍ୟ କାଜୁ ଊନୟନ ନିଗମ ଅଧ୍ୟକ୍ଷ ଙ୍କ ଢେଙ୍କାନାଳ ମଣ୍ଡଳ ପରିଦର୍ଶନ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଓଡିଶା ରାଜ୍ୟ କାଜୁ ଊନୟନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଢେଙ୍କାନାଳ ମଣ୍ଡଳ ଅଧିନସ୍ଥ କାଜୁ କଲମୀ ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି l ପ୍ରଥମେ ଶ୍ରୀ ଦାସ ଭଙ୍ଗlମାଳ କଲମୀ କାଜୁ ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ l ଚଳିତ ବର୍ଷ 2022 ରେ ଏଠାରେ କଲମୀ ଚାରା ଉତ୍ପାଦନରେ ଲକ୍ଷ୍ୟ ଧାର୍ଯ୍ୟ ଠୁ ଟିକେ କମ୍ ଚାରା ଉତ୍ପାଦନ ହେବ ବୋଲି ଆକଳନ କରି ଚାରା ଉତ୍ପାଦନ କେନ୍ଦ୍ରର ଦାୟୁତ୍ୱ ରେ ଥିବା ଦିବାକର ବେହେରା ଙ୍କୁ ତାଙ୍କର ମନ୍ଥର କାର୍ଯ୍ୟଶୈଳୀ ଉପରେ ତାଗିଦ କରିଥିଲେ l ଚଳିତ ବର୍ଷ ପାଇଁ ଶୀଘ୍ର କିପରି କଲମୀ ଚାରା ଉତ୍ପାଦନ ହୋଇପାରିବ ମୌସୁମୀ ବର୍ଷାର ଆଗମନ ର ସମୟ କୁ କିପରି ଚାରା ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିପାରିବ ସେ ସମ୍ବଦ୍ଧରେ କର୍ମଚାରୀ ମାନଙ୍କୁ ଉପଦେଶ ଦେଇ ଥିଲେ l ଭଙ୍ଗାମାଳର ପ୍ରସ୍ତୁତ କଲମୀ ଚାରା ବେଶ ଉତ୍କୃଷ୍ଟ ବୋଲି ନିଗମ ଅଧ୍ୟକ୍ଷ ଶ୍ରୀ ଦାସ ହୃଦଗମ କରିଛନ୍ତି l ଏହାପରେ ଶ୍ରୀ ଦାସ ଢେଙ୍କାନାଳ ମଣ୍ଡଳ ଅଧୀନରେ ଥିବା ଖଟୁଆହତା କାଜୁ ଚାରା ଉତ୍ପାଦନ କେନ୍ଦ୍ର କୁ ପରିଦର୍ଶନ କରିଥିଲେ l 2022 ମସିହାର ଚାରା ଉତ୍ପାଦନ ପ୍ରାୟତଃ ଶେଷ ପ୍ରଯ୍ୟାୟ ବୋଲି କଲମୀ ଚାରା ଉତ୍ପାଦନ କେନ୍ଦ୍ର ର ଭାରପ୍ରାପ୍ତ କର୍ମଚାରୀ ଚିତ୍ତରଞ୍ଜନ ସେଠି ଙ୍କ ଠୁ ବୁଝିଥିଲେ l ଆଗାମୀ ବର୍ଷ ପାଇଁ ଉକ୍ତ କର୍ମଚାରୀ ଖତ ସଂଗ୍ରହ ସମେତ ଉଦ୍ୟାନ ର ଅନ୍ୟାନ ଆଗୁଆ କାର୍ଯ୍ୟ ପାଇଁ ନିଗମ ଅଧ୍ୟକ୍ଷ ଶ୍ରୀ ଦାସ ସନ୍ତୋଷ ବ୍ୟକ୍ତ କରିଥିଲେ l ଭବିଷ୍ୟତରେ ଉକ୍ତ ଚାରା ଉତ୍ପାଦନ କେନ୍ଦ୍ର ଏକ ଆଦର୍ଶ ଚାରା ଉତ୍ପାଦନ କେନ୍ଦ୍ର ହୋଇପାରିବ ବୋଲି କହିଥିଲେ l ଏହି ପରିଦର୍ଶନ ସମୟରେ ନିଗମ କର୍ମଚାରୀ ଦିବାକର ବେହେରା, ଅକ୍ଷୟ ପରିଡା ଚିତ୍ତ ରଞ୍ଜନ ସେଠି,ଦିବାକର ପାଢ଼ୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.