“ଶିଶୁର ପୂର୍ଣ୍ଣ ଶରୀର ଗଠନରେ ମାଆ କ୍ଷୀରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି”

0

ଇନରହୁଇଲ ଶାଶ୍ୱତ କ୍ଲବ ପକ୍ଷରୁ ସ୍ତନ୍ୟପାନ ସମ୍ପର୍କିତ ସଚେତନତା 

ବାଲେଶ୍ୱର,(ଉଜ୍ଜ୍ୱଳ କର ) ବାଲେଶ୍ୱର ରୋଟାରୀ ଇନରହୁଇଲ କ୍ଲବ ଶାଶ୍ୱତ ପକ୍ଷରୁ ସ୍ତନ୍ୟପାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ରେଲୱେ କଲୋନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ  ହୋଇଯାଇଛି । ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୀରା ପତି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁର ପୂର୍ଣ୍ଣ ଶରୀର ଗଠନରେ ମାଆ କ୍ଷୀରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ସୌନ୍ଦର୍ଯ୍ୟ ରକ୍ଷା ଆଳରେ ଶିଶୁକୁ ତା’ର ଜନ୍ମଗତ ଅଧିକାରରୁ ବଞ୍ଚିତ କରିବା ଆଦୌ ଉଚିତ ନୁହେଁ ବୋଲି ସେ ମତପ୍ରକାଶ କରିଥିଲେ । ରୋଟାରୀ କ୍ଲବ ଶାଶ୍ୱତର ସଭାପତି ସୁଗୋତ୍ ବୋଷ, କ୍ଲବର ପ୍ରାକ୍ତନ ସଭାପତି ହୃଷିକେଷ ସାହୁ, ପ୍ରାକ୍ତନ ସମ୍ପାଦକ ଡା. କୁମାର ଗୋପାଲ, ରେଲୱେ କଲୋନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିବାଳା ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମାଆ କ୍ଷୀରର କୌଣସି ବିକଳ୍ପ ନ ଥିବା ଏବଂ ଏହା ଶିଶୁର ଅଧିକାର ବୋଲି ମତ ରଖିଥିଲେ । ଶିକ୍ଷୟିତ୍ରୀ ସୁଶ୍ରୀ ସତ୍ୟଭାମା ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଇନରହୁଇଲ କ୍ଲବ ଶାଶ୍ୱତର ସମ୍ପାଦିକା ଗୀତାଞ୍ଜଳି ପାଣିଗ୍ରାହୀ ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମରେ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସ୍ଥାନୀୟ ତେଲେଙ୍ଗାସାହି ଅଂଚଳର ବହୁ ମହିଳା, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ଉପସ୍ଥିତ ମହିଳାମାନଙ୍କୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା । ଶେଷରେ ରୋଟାରୀ ଇନରହୁଇଲ କ୍ଲବ ଶାଶ୍ୱତର ଉପସଭାପତି ପଦ୍ମାବତୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

 

Leave A Reply

Your email address will not be published.