ମାନସିଂହ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସପ୍ତଦଶ କବିତା ଆସର ଅନୁଷ୍ଠିତ

0

 ମାନସିଂହ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସପ୍ତଦଶ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ବନବିହାରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ପ୍ରାରମ୍ଭ କରିଥିଲେ ।ଏହି ଆସରରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକ ଶ୍ରୀଯୁକ୍ତ ଦୁର୍ଗାଚରଣ ଷଢଙ୍ଗୀ ଯୋଗ ଦେଇ ସାହିତ୍ୟିକମାନଙ୍କୁ ଓଡ଼ିଆ ସାହିତ୍ୟର ବିକାଶରେ ସହାୟକ ହେବା ପାଇଁ ଆହ୍ବାନ ଦେଇଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ୩୫ରୁ ଅଧିକ କବି କବୟିତ୍ରୀ ନିଜ ନିଜର କବିତା ପାଠ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିଲେ । ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳେଇ ସଭାପତିତ୍ବ କରିଥିଲେ। ବାଲେଶ୍ଵର ଜିଲ୍ଲାର ସୁସାହିତିକ ରଞ୍ଜନ କୁମାର ମହାନ୍ତି କବିତାଗୁଡ଼ିକୁ ବେଶ୍ ରମଣୀୟ ଭାବେ ସଂଯୋଜନା କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ବାଇଁ ସଂପାଦକୀୟ ପାଠ କରିଥିଲେ। ଶେଷରେ ସଂଯୋଜକ ବିଦ୍ୟାଧର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସପ୍ତଦଶ ଆସର ଆସନ୍ତା ଜୁନ ୧୦ ତାରିଖରେ ହେବା ନେଇ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ ।

Leave A Reply

Your email address will not be published.