ଡ଼ିଇଓ ଓ ବିଇଓଙ୍କ ସୁପାରିଶ କ୍ରମେ ବାହାବଳପୁର ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ନିଯୁକ୍ତ

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ମଣ୍ଡଳ ଅଧିକାରୀଙ୍କ ଅଧିନରେ ରହିଥିବା ଜିଗ୍ନୀପୁର ଗ୍ରାମ ପଂଚାୟତ ବାହାବଳପୁର ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କଟକ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରିଣୀଙ୍କ ସୁପାରିଶ କ୍ରମେ ଜଣେ ଦକ୍ଷ, ଅଭିଜ୍ଞ ଶିକ୍ଷୟିତ୍ରୀ ତଥା ଦୀର୍ଘ ବର୍ଷ ସିଆରସିସି ଭାବେ କାର୍ଯ୍ୟ କରିଆସୁଥିବା ପ୍ରାକ୍ତନ ସିଆରସିସିଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ସୂଚନାଯୋଗ୍ୟ କି ଏହି ବିଦ୍ୟାଳୟରେ ୬୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ରହିଥିଲେ ମଧ୍ୟ ଜଣେ ମାତ୍ର ଶିକ୍ଷକ ରହିଥିଲେ । ଯାହାଦ୍ୱାରା ଜଣେ ମାତ୍ର ଶିକ୍ଷକ ୬୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀଙ୍କୁ ପାଠ ପଢେଇବା ସମ୍ଭବପର ହେଉନଥିଲା । ତେଣୁ ଗ୍ରାମବାସୀ ଏହାନେଇ ଅଭିଯୋଗ କଲାପରେ କଟକ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ସ୍ୱାଇଁ ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଙ୍କ ସୁପାରିଶ କ୍ରମେ ଜଣେ ଦକ୍ଷ ପ୍ରାକ୍ତନ ସିଆରସିସି ତଥା ଶିକ୍ଷୟିତ୍ରୀ ରବେୟା ସରୱର ଙ୍କୁ ବାହାବଳପୁର ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ଡ଼ିଇଓ ଏବଂ ବିଇଓ ଙ୍କ ଅନୁମୋଦନ କ୍ରମେ ଜଣେ ଦକ୍ଷ ପ୍ରାକ୍ତନ ସିଆରସିସିଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିବାରୁ ଗ୍ରାମବାସୀମାନେ ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ କୃତଜ୍ଞତା ଜଣାଇଛନ୍ତି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଜଣେ ଦକ୍ଷ ଶିକ୍ଷୟିତ୍ରୀ ନିଯୁକ୍ତି ଦିଆଯାଇଛି ଯାହାପାଇଁ ସମସ୍ତ ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି କିନ୍ତୁ ପ୍ରଶାସନ ତରଫରୁ ଏହି ବିଦ୍ୟାଳୟ ଭି ିଭୂମିର ବିକାଶ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ତେବେ ସମସ୍ତ ଗ୍ରାମବାସୀମାନେ ଖୁବ୍ ଶୀଘ୍ର ଏହି ବିଦ୍ୟାଳୟ ପାଇଁ ନୂତନ ଗୃହ କେଉଁ ଜାଗାରେ କିଭଳି ନିର୍ମାଣ କରାଯିବ ତାହାପାଇଁ ଯଥାଶୀଘ୍ର ଆଲୋଚନା କରି ସହଯୋଗର ହାତ ବଢାଇବେ ବୋଲି ପ୍ରକାଶ କରିଛନ୍ତି । ତେବେ ପ୍ରଧାନଶିକ୍ଷୟତ୍ରୀ ରବେୟା ସରୱର ଯୋଗଦାନ ପରେ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଶୈକ୍ଷିକ ବିକାଶ ପାଇଁ ଯାହାକିଛି କରାଯିବ ତାହାକୁ ପ୍ରାଧାନ୍ୟ ଦେବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.