ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଆନନ୍ଦ ଉଲ୍ଲାସର ସହ ଗ୍ରହରାଜ ଶନିଶ୍ଚରଙ୍କ ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରହରାଜ ଶନିଶ୍ଚରଙ୍କ ଜଳାଭିଭେକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଏହି ପର୍ବ ପାରମ୍ପରିକ ରିତିରେ ପାଳିତ ହୋଇଯାଇଛି । ଏହି ବ୍ଲକ ଅଧିନସ୍ଥ ନଶ୍ଚିନ୍ତକୋଇଲି ଶନିପୀଠ, ସରପଡ଼ା ଶନିପୀଠ, ବଡ଼କ୍ଷୀର-ଗୋପପୁର ସୁନାସାରୀ ଶନିପୀଠ,ନଗସପୁର ଶନିପୀଠ, ଜନାର୍ଦ୍ଦନପୁର ଶନିପୀଠ, ସୁକରପଡା ଶନିପୀଠ, ଅସୁରେଶ୍ୱର ମା’ ବୁଢୀ ଜାଗୁଳାଇ ମନ୍ଦୀର ପ୍ରାଙ୍ଗଣରେ ପ୍ରତିଷ୍ଠିତ ମହାପ୍ରଭୁ ଶନିଶ୍ଚର ପୀଠ, ଜିଗ୍ନୀପୁର ସ୍ଥିତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠ ନିକଟରେ ଥିବା ଚନ୍ଦନ ପୁଷ୍କରିଣୀ ଶନିପୀଠରେ ଜଳାଭିଷେକ କାର୍ଯ୍ୟକ୍ରମ ନୀତିନୀୟମ ଅନୁଯାୟୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପରୀପ୍ରେକ୍ଷୀରେ ଏହି ଉତ୍ସବ ଦୁଇ ବର୍ଷ ପରେ ଚଳିତ ବର୍ଷ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ପ୍ରାତଃ ସମୟରୁ ପୁଜାର୍ଚ୍ଚନା କରି ନିକଟସ୍ଥ ପୁଷ୍ପରିଣୀରୁ ରୁ କଳସୀରେ ଜଳପୁର୍ଣ୍ଣ କରି ମହାରାଜ ଶନିଶ୍ଚରଙ୍କୁ ଭକ୍ତି ସହକାରେ ଜଳାଭିଷେକ କରିଥିଲେ ଓ ଗ୍ରହପିଡା ଉପସମ ନିମିତ ପ୍ରାର୍ଥନା କରିଥିଲେ । ସମସ୍ତ ଭକ୍ତ ମାନଙ୍କ ପାଇିଁ ହଳଦିଆ ଖେଚଡି ଅନ୍ନ ପ୍ରସାଦ ବଂଟନର ବ୍ୟବସ୍ଥା କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶାନ୍ତିପୁର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା । ଏପରିକି ଭକ୍ତମାନଙ୍କ ପାଇଁ ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଶନିଶ୍ଚର ପୂଜା କମିଟିର ସମସ୍ତ ସଭ୍ୟ ମାନେ ଯୋଗଦାନ କରି ପୂର୍ଣ୍ଣ ସହଯୋଗ କରିଥିଲେ । ତେବେ ଅନ୍ୟ ସମସ୍ତ ଶନିପୀଠରେ ଶାନ୍ତିଶୃଙ୍ଖଳାର ସହ ଏହି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ଗ୍ରହରାଜ ଶନିଶ୍ଚରଙ୍କୁ ଆରାଧନା କରି କୃପା ଭିକ୍ଷା କରିଥିଲେ ।
Sign in
Sign in
Recover your password.
A password will be e-mailed to you.