ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୪୭ ତମ ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓଙ୍କ ସଭାପତିତ୍ୱରେ ବୈଠକ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ , ପାରଳା ବିଧାୟକ ଶ୍ରୀ କେ. ନାରାୟଣ ରାଓ , ମୋହନା ବିଧାୟକ ଶ୍ରୀ ଦାସରଥୀ ଗମାଙ୍ଗ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଅନ୍ୟ ପକ୍ଷରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟ ଗୁଡିକରେ ସ୍ୱଚ୍ଛତା ରଖି ନିର୍ଦ୍ଧିଷ୍ଟ ସମୟରେ କାର୍ଯ୍ୟ ସମ୍ପନ୍ନ କରି ଲୋକଙ୍କ ଆସ୍ଥା ଭାଜନ ହେବାପାଇଁ ପରାମର୍ଶ ଦେଇଥିଲେ।
ବୈଠକ ପ୍ରାରମ୍ଭରେ ସାଂସଦ ଶ୍ରୀ ସାହୁ ସମସ୍ତ ନବନିର୍ବାଚିତ ଜନପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ବୈଠକରେ ପୂର୍ବ ବୈଠକର ବିବରଣୀର ଆଲୋଚନା ଓ ଦୃଢିକରଣ , ସ୍ଥାୟୀ କମିଟି ବୈଠକ ବିବରଣୀର ଦୃଢିକରଣ , ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ତତ୍ ସମ୍ପର୍କୀୟ ପ୍ରଶ୍ନ କରାଯାଇଥିଲା ।
ଏହା ସହ ବାର୍ଷିକ ଯୋଜନା ଅନୁମୋଦନ , ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅନୁଦାନ , ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ , ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା , ସ୍ୱାସ୍ଥ୍ୟ , କୃଷି , ଉଦ୍ୟାନ , କ୍ଷୁଦ୍ର ଜଳସେଚନ , ଉଠା ଜଳସେଚନ , ଜଳଛାୟା , ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ , ଶିକ୍ଷା , ଶ୍ରମ , ପଶୁସମ୍ପଦ , ବେସାମରିକ ଯୋଗାଣ ଓ ଖାଦ୍ୟ ପ୍ରକ୍ରିୟା କରଣ , ଗ୍ରାମ୍ୟ ଉନ୍ନୟନ , ରାସ୍ତା ଓ କୋଠାବାଡି , ବିଦ୍ୟୁତ , ସମାଜ କଲ୍ୟାଣ ଓ ମହିଳା ଶିଶୁ ବିକାଶ ଓ ସାମାଜିକ ସୁରକ୍ଷା ଆଦି ଉପରେ ଆଲୋଚନା କରାଯାଇଥିଲା।
ସାଂସଦ ଶ୍ରୀସାହୁ ଗଜପତି ଜିଲ୍ଲା ଆକାଂକ୍ଷାରେ ପରିଗଣିତ ହେଉଥିବା ତଥା ପଛୁଆ ଜିଲ୍ଲା ହୋଇଥିବାରୁ ଏଠାରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ପଦକ୍ଷେପ ନିଆଯିବା ସମ୍ପର୍କରେ କହିଥିଲେ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ମଞ୍ଚାସୀନ ରହି ବୈଠକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାକ ସୂଚନା ଦେବା ସହ କାର୍ଯ୍ୟସୂଚୀ ପ୍ରକାରେ ବୈଠକ କାର୍ଯ୍ୟକ୍ରମକୁ ସଂଯୋଜନା କରି ଆଗେଇ ନେଇଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ସମସ୍ତ ଜନ ପ୍ରତିନିଧି ମାନେ ଯୋଗଦେଇ ବିଭିନ୍ନ ବିଭାଗୀୟ ଆଲୋଚନା ଗୁଡିକରେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.