ପାରାଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ବ ହାତ ସ୍ୱାସ୍ଥ୍ୟକର ତଥା ହାତଧୂଆ ଦିବସ ସ୍ଥାନୀୟ ଏସକେସିଜି ହାଇସ୍କୁଲ ଛାତ୍ରବାସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଗୋଷ୍ଠୀ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ (ପିଏଚଇଓ) ମମତା ପାଢ଼ୀ ଏବଂ ବ୍ଲକ ଏକାଉଣ୍ଟସ ମ୍ୟାନେଜର (ବିଏଏମ) ଶ୍ରୀ ଏନ.ଶ୍ରୀନିବାସୁଲୁ ପ୍ରମୁଖଙ୍କ ନେତୃତ୍ୱରେ ସମ୍ପୃକ୍ତ ଗୁରାଣ୍ଡି ହାଇସ୍କୁଲର ପିଲାମାନଙ୍କୁ ନେଇ ଏହି ଦିବସ ପାଳନ କରାଯାଇ ଏଥିରେ ପିଲା ମାନଙ୍କୁ ଦିବସ ପାଳନର ତାତ୍ପର୍ୟ୍ୟ ସମ୍ପର୍କରେ କୁହାଯାଇଥିଲା।
ମୁଖ୍ୟତଃ ହାତକୁ ସଫା ସୁତୁରା ରଖିବା ଓ ବ୍ୟବହାର ପୂର୍ବରୁ ହାତ ଧୋଇବା ବିଶେଷତ୍ୱ ଓ ତାର ଉପକାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ।
ବିଶେଷ କରି କେଉଁ ସମୟରେ ଏବଂ କେତେବେଳେ ହାତକୁ ସଫାସୁତୁରା ରଖିବା ସହ ବ୍ୟବହାର ପୂର୍ବରୁ ହାତ ଧୋଇବା ୧୧ଟି ମୁଖ୍ୟ ପଏଣ୍ଟ ଗୁଡିକ ଉପରେ ବୁଝାଇ ପିଲା ମାନଙ୍କୁ ସଚେତନ କରାଯିବା ସହ ପିଲା ମାନଙ୍କୁ ହାତ ସେନିଟାଇଜ କରାଯାଇ ହାତକୁ କିଭଳି ଭାବେ ଧୋଇ ସଫା କରିବାକୁ ହୋଇଥାଏ ସେସବୁ ଉପରେ ପ୍ରଦର୍ଶନ କରାଇ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସମସ୍ତେ ବ୍ୟାନର ଧରି ପରିବେଶ ସଫା ରଖିବା , ହାତକୁ ସବୁବେଳେ ସଫା ରଖିବା ସହ ବ୍ୟବହାର ସମୟରେ ହାତ ଧୋଇ ବ୍ୟବହାର କରିବା , ସ୍ୱଚ୍ଛ ପରିବେଶ ସୁସ୍ଥ ପରିବେଶ ପ୍ରଭୃତି ସଚେତନତା ମୂଳକ ବାର୍ତ୍ତା ଦେବା ସହ ସ୍ଲୋଗାନ ମାନ ଦେଇ କାର୍ଯ୍ୟକ୍ରମ ପାଳନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post