ପାର୍ଥିବ ଶରୀରକୁ ଜନ୍ମମାଟିକୁ ପଠାଇବାପାଇଁ ସହାୟତା ଯୋଗାଇଲା ଓଡ଼ିଶା-ମୋ ପରିବାର

0

ଭୁବନେଶ୍ୱର- ଭଦ୍ରକ ଜିଲ୍ଲାର ଦୋଳପାଦି ଗ୍ରାମର ୩୪ ବର୍ଷିୟ ବେଣୁଧର ନାୟକ ପୁଣେରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ପରିବାର ଲୋକେ ତାଙ୍କର ପାର୍ଥିବ ଶରୀରକୁ ପୁଣେରୁ ଭୁବନେଶ୍ୱର ଆଣିବା ପାଇଁ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଅନୁରୋଧ କରିଥିଲେ। ପରେ ଶ୍ରୀ ସାମଲଙ୍କ ତତ୍ତ୍ୱାବଧାନେରେ ମୃତକ ବେଣୁଧରଙ୍କ ପାର୍ଥିବ ଶରୀରକୁ ପୁଣେରୁ ଭୁବନେଶ୍ୱର ଅଣାଯାଇଥିଲା। ପରିବାର ଲୋକଙ୍କ ପାଖରେ ଅର୍ଥାଭାବରୁ ପାର୍ଥିବ ଶରୀରକୁ ଭୁବନେଶ୍ୱରରୁ ଭଦ୍ରକ ଦୋଳପଦି ଗ୍ରାମକୁ ନେବାପାଇଁ ସମସ୍ୟା ଉପୁଜିଥିଲା । ଏହି ବିଷୟରେ ବିଧାୟକ ଶ୍ରୀ ସାମଲ ଏବଂ ଭଦ୍ରକ ବିଧାୟକ ଶ୍ରୀ ସଞ୍ଜିବ ମଲ୍ଲିକ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ। ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଗଲା ଏବଂ ମୃତକଙ୍କ ଭାଇଙ୍କ ସହିତ ଯୋଗାଯୋଗ କରି ଆଜି ପୂର୍ବାହ୍ନ ସମୟରେ ପାର୍ଥିବ ଶରୀରକୁ ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ଆମ୍ବୁଲାନ୍ସ୍ ଯୋଗେ ମୃତକଙ୍କ ଗ୍ରାମ ଭଦ୍ରକ, ଦୋଳପଦିକୁ ପଠାଇଦିଆଯାଇଥିଲା । ସେଠାରେ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତରେ ବେଣୁଧରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା।

Leave A Reply

Your email address will not be published.