ମହାନ୍ ବିପ୍ଳବୀ ଧରଣୀଧର ଭୂୟାଁଙ୍କୁ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

0

ଜୟଦେବ ବିହାର ନିକଟସ୍ଥ ଇ.ଏସ୍.ଆଇ ହସ୍ପିଟାଲ ରାସ୍ତା ଛକ ସ୍ଥିତ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ଅନ୍ୟ ଅତିଥି

ଭୁବନେଶ୍ୱର (ଶାସକ ପ୍ରଶାସକ) : : କେନ୍ଦୁଝର ଜିଲ୍ଲା ଭୂୟାଁ ସମ୍ପ୍ରଦାୟର ଜନଜାତି ନେତା, ଅତ୍ୟାଚାରୀ ରାଜତନ୍ତ୍ର ଓ ଇଂରେଜ ଶାସନ ବିରୁଦ୍ଧରେ ଦୁଃସାହସିକ ସଂଗ୍ରାମ କରି ଓଡିଶା ଇତିହାସରେ ଅଲିଭା ସ୍ୱାକ୍ଷର ରଚିଥିବା ମହାନ୍ ବିପ୍ଳବୀ ଧରଣୀଧର ନାଏକ(ଭୂୟାଁ) ଙ୍କ ପବିତ୍ର 158 ତମ ଜୟନ୍ତୀ ଉତ୍ସବ ରାଜ୍ୟସ୍ତରରେ ସୂଚନା ଓ ଲୋକସଂପର୍କ ବିଭାଗ, କେନ୍ଦୁଝର ସଂଘ ଏବଂ କେନ୍ଦୁଝର ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ପାଳନ କରାଯାଇଥିବା ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର, ଜୟଦେବ ବିହାର ନିକଟସ୍ଥ ଇ.ଏସ୍.ଆଇ ହସ୍ପିଟାଲ ରାସ୍ତା ଛକ ସ୍ଥିତ ମହାନ୍ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ଅତିଥି ଭାବେ ଯୋଗଦାନ କରି ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପ୍ରତି ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ, ସହକାରୀ ନିର୍ଦ୍ଦେଶକ( କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କସମେତ ବିଭାଗର ଅନ୍ୟ ପଦାଧିକାରୀ, ସ୍ଥାନୀୟ କର୍ପୋରେଟର ଜୟନ୍ତୀ ସାହୁ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁସଚିବ ଶ୍ରୀ ଲକ୍ଷ୍ମୀଧର ବେହେରା, ପ୍ରଫେସର ହାଡିବନ୍ଧୁ ପଟ୍ଟନାୟକଙ୍କ ସମେତକେନ୍ଦୁଝର ସଂଘ ଏବଂ କେନ୍ଦୁଝର ବିକାଶ ପରିଷଦ, ଉତ୍କଳ ସମ୍ମିଳନୀ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସହରର ବହୁ ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ବ୍ୟକ୍ତିଏହି ଅବସରରେ ଏଠାରେ ଉପସ୍ଥିତ ରହି ମହାନ୍ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave A Reply

Your email address will not be published.